ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ଓ ସତ୍ୟ ପାଠ

ପାରଳାଖେମୁଣ୍ଡି : କରୋନା ଲଢେଇରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ଓ ସତ୍ୟପାଠ ପାରଳାଖେମୁଣ୍ଡିର ରାଜନହର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ । ସେହିପରି ପାରଳା ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏସପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କରୋନା ଯୁଦ୍ଧରେ ସାମିଲ ହୋଇ ଆତ୍ମ ବଳିଦାନ ଦେଇଥିବା କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା । ସେହିଭଳି ଯେଉଁମାନେ ଏବେବି ନିଃସ୍ୱାର୍ଥପର ଭାବେ କୋଭିଡ ଯୁଦ୍ଧରେ ଆଗରେ ରହି ଲଢେଇ କରୁଛନ୍ତି । ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଶପଥପାଠ କାର୍ଯ୍ୟକ୍ରମ କରାଯାଇଥିଲା ।

Comments (0)
Add Comment