ଟାକରା ପଞ୍ଚାୟତରେ ହେବ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଂଚାୟତ ହେଲା ଟାକରା ଗ୍ରାମପଂଚାୟତ । ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଆଜି ଶେଷଦିନ । ଆଜିସୁଦ୍ଧା ଟାକରା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ସ୍ଥାନୀୟ ସମାଜସେବୀ ଜଗବଂଧୁ ଆଚାର୍ଯ୍ୟ ଓ ଆଦିବାସୀ ନେତା ମଦନ କୁମାର ଜାନୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଖୁବ୍‌ କମ୍‌ ସଂଖ୍ୟାକ ପ୍ରଶଂସକଙ୍କ ସହ ଗ୍ରାମପଂଚାୟତ କାର୍ଯ୍ୟାଳୟ କୁ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦୁଇ ପ୍ରାର୍ଥୀ ଗଣମାଧ୍ୟମକୁ କହିଛନ୍ତି ଯେ, ଟାକରା ପଂଚାୟତର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ସଂକଳ୍ପବଦ୍ଧ । ମୁଁ ବିଜୟୀ ହେଲେ ଆଗାମୀ ଦିନରେ ପଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସ୍ଥାୟୀ ସମାଧାନ କରିବି । ବିଶେଷତଃ, ଯୋଗ୍ୟ ତଥା ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଦେବା ସହ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, ଚାଷୀଙ୍କ ଜମିକୁ ପାଣି ଆଦି ଯୋଗାଇ ଦେବାକୁ ସେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଟାକରା ପଂଚାୟତର ପାହାଡି ଗ୍ରାମ ପାନାବାରୀ, ଆଶ୍ରଡା, ତାବଡା କୁ ବିଦ୍ୟୁତ ସଂଯୋଗ ସମେତ ସବୁଦିନିଆ ରାସ୍ତା , ପର୍ଯ୍ୟଟନ ସ୍ଥଳ ରତ୍ନଗଣ୍ଡ ଜଳପ୍ରପାତର ଉନ୍ନତି କରଣ ଏବଂ ଅବହେଳିତ ଆଦିବାସୀ ଗ୍ରାମ ମୁଣ୍ଡୁଳୀ ଓ ମଂଜାରୀ ଗ୍ରାମକୁ ସବୁଦିନିଆ ସମସ୍ୟା ଏହି ନିର୍ବାଚନର ମୁଖ୍ୟ ମୁଦ୍ଦା ରହିବାର ସମ୍ଭାବନା ରହିଛି ।

Comments (0)
Add Comment