ବିପଦକୁ ଖାତିର ନକରି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ବୋହିନେଲେ ପେଟ୍ରୋଲ

ବାଲୁଗାଁ,୧୪/୨ : ରାସ୍ତାରେ ପରିବା,ଅଣ୍ଡା,ମାଛ,ବିସ୍କୁଟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବୋଝେଇ ଗାଡ଼ି ଓଲଟି ପଡ଼ିଲେ,ତାହା ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ଭଳି ହୋଇଥାଏ । କାରଣ ରାସ୍ତାରେ କୁଢେଇ ହୋଇ ପଡ଼ିଥିବା ଜିନିଷକୁ ସେମାନେ ଖୁସିରେ ବୋହି ନେଇଥାନ୍ତି । ଏଭଳି ଦୃଶ୍ୟ ପ୍ରାୟ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ଆଜି ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲୁଗାଁରେ । ଆଜି ଓଭରବ୍ରିଜରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏହା ଜାଣିବା ପରେ ଟ୍ୟାଙ୍କର ପାଖକୁ ଲୋକଙ୍କର ସୁଅ ଛୁଟିଥିଲା । ଯିଏ ଯାହା ପାରିଲା ସେତିକି ପରିମାଣର ତେଲ ବୋହିନେଲେ । ପେଟ୍ରୋଲ ବାହାରେ ଏମିତି ଭାସିବା ଯେ କେତେ ବିପଦପୂର୍ଣ୍ଣ,ସେକଥାକୁ ଲୋକେ ପୂରା ଭୁଲିଯାଇଥିଲେ । ବହୁ ସମୟ ପରେ ପୁଲିସ ଓ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସୁସ୍ଥ ଥିଲେ ମଧ୍ୟ ହେଲ୍‌ପର ଆହତ ହୋଇଛନ୍ତି ।

Comments (0)
Add Comment