ଭୁବନେଶ୍ୱର: ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋ, ପ୍ରତ୍ୟାରୋପ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ କରୋନାରୁ ସୁସ୍ଥ ହେବା ପରେ ଏବେ ସକ୍ରିୟ ରାଜନୀତିକୁ ଫେରିଛନ୍ତି କଂଗ୍ରେସର ହେବିଓ୍ୱେଟ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି କଂଗ୍ରେସରେ ରହିବି, କିନ୍ତୁ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରଖିବି । ନିରଞ୍ଜନଙ୍କ ବର୍ତ୍ତମାନ ପିସିସି ସଭାପତି ପଦ ଛାଡି ଦେବା କଥା । କାରଣ ଏବେ ତାଙ୍କର ବୟସ ହେଇଗଲାଣି । ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ ପିସିସି ସଭାପତି ଜାଣିନାହାନ୍ତି । ବିବାଦ ସମାଧାନ କରିବା ବଦଳରେ ବିବାଦ ବଢାଉଛନ୍ତି ନିରଞ୍ଜନ । ବିଜେଡି ବିଧାୟକ ନବୀନ ପଟ୍ଟନାୟକଙ୍କ ନାଁରେ ଜିତିଥାନ୍ତି । ଆଉ ବିଜେପି ମୋଦିଙ୍କ ନାଁରେ ଜିତିଥାନ୍ତି । କିନ୍ତୁ କଂଗ୍ରେସ ବିଧାୟକ ନିରଞ୍ଜନଙ୍କ ନାଁରେ ଜିତନ୍ତି ନାହିଁ ।