କୋଟିପତି ପ୍ରାଥମିକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ରାୟଗଡା: କୋଟିପତି ପ୍ରାଥମିକ ଶିକ୍ଷକ । ଛନ୍ଦି ହୋଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ହୋଇଛି ଆଜି ଏକାକାଳୀନ ଚଢାଉ । ଶିକ୍ଷକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ କମ୍ପର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଶିଶିର କୁମାର ସେମେଲି । ଅଭିଯୋଗ ପ୍ରକାରେ ଜୟପୁର ସ୍ଥିତ କୋରାପୁଟ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶିକ୍ଷକ ଶିଶିରଙ୍କ ଦୋରାଗୁଡା ଗ୍ରାମର ନୂଆପଡା ସାହି ସ୍ଥିତ ୫ଟି କୋଠାଘରେ ଭିଜିଲାନ୍ସର ୬ଟି ଟିମ୍‌ ପକ୍ଷରୁ ଏକାକାଳୀନ ଚଢାଉ କରାଯାଇଛି ।

ଚଢାଉ ବେଳେ ନଗଦ ୨ଲକ୍ଷ ୮୮ହଜାର ଟଙ୍କା,୨ଟି ତିନି ମହଲା ଏବଂ ତିନୋଟି ଦୁଇ ମହଲା ଘର ସହ ୨୧ଲକ୍ଷ ୬୮ହଜାର ଟଙ୍କାର ବ୍ୟାଙ୍କ୍‌ ବ୍ୟାଲେନ୍ସ,ଦୁଇଟି ଚାରି ଚକିଆ ଇନୋଭା ଏବଂ ବୋଲେରୋ, ସୁନା ଅଳଙ୍କାର ପାଖାପାଖି ୪୦୮ଗ୍ରାମ ଏବଂ ରୂପା ୨୨୯ ଗ୍ରାମର ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ଚଢାଉ ଜାରି ରହିଥିବାରୁ ସମୁଦାୟ ଆକଳନ ପରେ ଜଣାପଡିବ ବୋଲି ଭିଜିଲାନ୍ସ ଟିମ୍‌ ପକ୍ଷରୁ ସୂଚନା ମିଳିଥିବା ବେଳେ ୪କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସଂପତ୍ତି ରହିଥିବା ଆକଳନ କରାଯାଇଛି । ଏହି ଚଢାଉରେ ଓଡିଶା ଭିଜିଲାନ୍ସର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ,ଅନନ୍ତ ପ୍ରସାଦ ମଲ୍ଳିକ,ସୁରେନ୍ଦ୍ର ରାଇଗୁରୁ, ରୁପାଧର ନାୟକଙ୍କ ସମେତ ଇନସପେକ୍ଟର କଳାବତୀ ବାଗ ,ପ୍ରମିଳା ସୁନା,ସୁର୍ଯ୍ୟକାନ୍ତି ଟାକ୍ରି,ଭୀମସେନ ପୂଜାରି,ବାନକିମ୍‌ ବାୱାଲି ଓ ଅନ୍ୟ ଷ୍ଟାଫମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment