ଆସନ୍ତାକାଲି ତେଜସ୍ୱୀଙ୍କ ନିର୍ବନ୍ଧ, ଦିଲ୍ଲୀରେ ଲାଲୁଙ୍କ ପୁରା ପରିବାର

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ତାଙ୍କ ଗେଲ୍ହା ପୁଅ ଜେତସ୍ୱୀ ଯାଦବ। ରାଜଧାନୀ ଦିଲ୍ଲୀରେ ହେବ ନିର୍ବନ୍ଧ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ବିବାହ ପକ୍କା ହୋଇସାରିଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଆସନ୍ତାକାଲି ଲାଲୁଙ୍କ ସାନ ପୁଅ ତେଜସ୍ୱୀଙ୍କ ଦିଲ୍ଲୀରେ ନିର୍ବନ୍ଧ ହେବ। ଏଥିପାଇଁ ଲାଲୁଙ୍କ ପୂରା ପରିବାର ଏବେ ଦିଲ୍ଲୀରେ ଡେରା ପକାଇଛି। ତେଜସ୍ୱୀ, ଭାଇ ତେଜପ୍ରତାପ, ବାପା ଲାଲୁ, ମା’ ରାବ୍ରୀ ଦେବୀ, ଭଉଣୀ ମିସା ଭାରତୀଙ୍କ ସମେତ ଅନ୍ୟ ପରିବାର ଲୋକ ମଧ୍ୟ ଦିଲ୍ଲୀରେ ଅଛନ୍ତି। କୁହାଯାଉଛି ଏହି ନିର୍ବନ୍ଧରେ କେବଳ ୫୦ ଜଣ ସାମିଲ ହେବ। କେବଳ ପରିବାର ଲୋକଙ୍କ ସହ କିଛି ଘନିଷ୍ଠ ସର୍ମ୍ପକୀୟ ଯୋଗଦେବେ। ଦୀର୍ଘ ଦିନ ପରେ ପୁଣିଥରେ ଲାଲୁଙ୍କ ଘରେ ସାହାନାଇ ବାଜିବ ବୋଲି ଜଣାପଡିଛି । ଏହି ନିବର୍ନ୍ଧକୁ ଅତି ଗୋପନୀୟ ରଖାଯାଇଛି । ଏପରିକି କାହା ସହ ତେଜସ୍ୱୀଙ୍କର ନିବର୍ନ୍ଧ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନିବର୍ନ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବରୁ ଅନେକଥର କ୍ୟାମେରା ସାମ୍ନାରେ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେ ଏହାକୁ ଏଡାଇ ଯାଆନ୍ତି ତେଜସ୍ୱୀ। ଏପରିକି ୨୦୨୦ ନିର୍ବାଚନ ଶେଷ ହେବା ସହ ବାପା ଲାଲୁଙ୍କୁ ଜାମିନ ମିଳିବା ପରେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ସଂକେତ ଦେଇଥିଲେ ତେଜସ୍ୱୀ । ଆଉ ଏବେ ଏହା ପୂରା ହେବାକୁ ଯାଉଛି ।

Comments (0)
Add Comment