ତେଲେଙ୍ଗାନାରେ ଦାଦନ ଶ୍ରମିକଙ୍କୁ ମାଡ ଅଭିଯୋଗ, ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କଲେ

ପାଟଣାଗଡ : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ପଞ୍ଚାୟତ ହଟକଟ ଗାଁର ଦାଦନ ଶ୍ରମିକମାନଙ୍କୁ ତେଲେଙ୍ଗାନାର ଏକ ଇଟାଭାଟି ମାଲିକ ମାଡ ମାରିଥିବା ଅଭିଯୋଗ କରି ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ବେଲପଡା ଥାନା ନୁନହାଡ ଗାଁର ମକାରୁ ମେହେର ହଟକଟ, ମାଲିମଣ୍ଡା, ସାଇମରା, କୁତୁମୁଣ୍ଡା ଆଦି ଗାଁରୁ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ସାମସେଡବାଡ କେଭି ଅଂଚଳର ଏକ ଇଟାଭାଟି କାମ କରିବା ପାଇଁ ନେଇଥିଲେ ।

ବିଶ୍ୱମହାମାରୀ କରୋନାର ଲକଡାଉନର ଫାଇଦାରେ ଦାଦନ ଶର୍ଦ୍ଦାର ଶ୍ରମିକମାନଙ୍କୁ ୧୨ରୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରିବାରୁ ଶ୍ରମିକମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ ମାରିଥିବା ଶ୍ରମିକମାନେ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏପରିକି ମହିଳାମାନଙ୍କୁ ମଧ୍ୟ ମାଡ ମାରି ନିଯ୍ୟାତନା ଦେଉଥିବାର କାଳିଆ ଦାସ, ଲାଲୁ ଦାସ, ଶୁସାନ୍ତ ଦାସ, ମାଧବୀ ଦାସ, କେତକୀ ଦାସ, ଯମୁନା ଦୀପ, ଗୃହ ରଣା, ସାନ୍ତ ନାଗ ଆଦି ଅଭିଯୋଗ କରିଛନ୍ତି । ଏ ନେଇ ଦାଦନ ଦଲାଲ ମକାରୁ ମେହେରଙ୍କୁ ପଚାରିବାରୁ ଶ୍ରମିକମାନେ ଘରକୁ ଫେରିବା ପାଇଁ ଝଗଡା ହୋଇଛି । ଲକଡାଉନ ସରିଲେ ଶ୍ରମିକମାନଙ୍କୁ ମାଲିକ ଗାଁକୁ ଫେରାଇବ ବୋଲି ମୁଁ ଫୋନରେ କଥା ହୋଇଛି । ନ ହେଲେ ସରପଞ୍ଚମାନେ ଗାଡି ନେଇ କି ଗଲେ ଓଡିଶାକୁ ଶ୍ରମିକ ଫେରିବେ ବୋଲି ଦାଦନ ଦଲାଲ କହିଛନ୍ତି । ଏ ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments (0)
Add Comment