୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮/୨ : ଭୁବନେଶ୍ୱରରେ ଆଗାମୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ଼ କଟକଣା ମଧ୍ୟରେ ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ବନ୍ଦ ରହିଥିଲା ଧର୍ମାନୁଷ୍ଠାନ । ରାଜ୍ୟରେ ଗତ କିଛି ହେଲା କରୋନା ସଂକ୍ରମଣ ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କେବଳ ରୀତିନୀତ ଅନୁଯାୟୀ,ପୂଜା ହେବ ଏବଂ ସାଧାରଣ ଦର୍ଶକଙ୍କ ପାଇଁ ମନ୍ଦିର ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଯାହାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ବିଏମ୍‌ସିର ନୋଟିସ ଅନୁଯାୟୀ, ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଓ ଭୋଗ ନେବା ମନା । ଆଡକାଠ ନିକଟରୁ ଦର୍ଶନ ଅନୁମତି ରହିଥିବା ବେଳେ କୌଣସି ଭକ୍ତ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ରହିଛି । ୨ଟି ଯାକ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ରହିଛି ।

Comments (0)
Add Comment