ଆସନ୍ତାକାଲି ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ପରିଷଦ ବୈଠକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ଆସନ୍ତାକାଲି ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି l ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ୯ନଂ ଜୋନ ଜିଲ୍ଲା ପରିଷଦ, ୭ ଓ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ଅଧିକାରୀ ଙ୍କ ସମେତ ୨୨ ଗୋଟି ପଞ୍ଚାୟତ ର ଜନ ପ୍ରତିନିଧି ଉପସ୍ଥିତ ରହି କୃଷି, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ମୃତ୍ତିକା ସଂରକ୍ଷଣ,ଜଳ ବିଭାଜିକା, ଜଳ ସେଚନ,ମହିଳା ଓ ଶିଶୁ ବିଭାଗ, ମଙ୍ଗଳ ବିଭାଗ, ଓଡିଶା ଜୀବିକା ମିଶନ, ସାମାଜିକ ମଙ୍ଗଳ, ସାଧାରଣ ବଣ୍ଟନ, ମନୋରେଗା, ଗ୍ରାମୀଣ ଆବାସ,ବନି କରଣ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯୋଜନା ତଥା କାର୍ଯ୍ୟକାରିତା, ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ଉପରେ ଆଲୋଚନା କରାଯିବା ନେଇ ବ୍ଲକ ପକ୍ଷରୁ ସୂଚନା ମିଳିଛି I

Comments (0)
Add Comment