ରକ୍ତଦାନ ଶିବିର | ଆସନ୍ତାକାଲି ସମ୍ବାଦ ସାହିତ୍ୟଘର ଆୟୋଜିତ କରିବ ରକ୍ତଦାନ ଶିବିର

ଦଶପଲ୍ଲା ୧୮।୧୨: ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ (ରବିବାର) ଦିନ ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଅଗ୍ରଣୀ ସାହିତ୍ୟ ସଂଗଠନ ସମ୍ବାଦ ସାହିତ୍ୟଘର ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହେବ । ରକ୍ତ ବିନା କେହି ଯେଭଳି ମୃତ୍ୟୁ ମୁଖରେ ନ ପଡ଼ନ୍ତି ସେଭଳି ଏକ ମହତ ଉଦ୍ଦେଶ୍ୟ ନେଇ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପ୍ରଥମ ଥର ପାଇଁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ରକ୍ତଦାନ ପାଇଁ ଆଗ୍ରହୀ ସ୍ଵେଚ୍ଛାସେବୀ ଏହି ଶିବିରରେ ଉପସ୍ଥିତ ରହିବା ପାଇଁ ନିବେଦନ କରାଯାଇଛି ।

blood donation campbreaking newsThe blood donation camp will be held tomorrow at Sambad Sahitya Gharସମ୍ବାଦ ସାହିତ୍ୟଘର
Comments (0)
Add Comment