ସାଂସଦଙ୍କ ସହଯୋଗରେ କେରଳରୁ ଆସିଲା ମୃତଦେହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ କୁର୍ତ୍ତମଗଡ଼ର ବିଜନ ମଲ୍ଲିକ କେରଳକୁ ଦାଦନ କାମ କରିବାକୁ ଯାଇ ସେଠାରେ ମୃତ୍ୟୁ ହୋଇଛି। ତାଙ୍କର ମୃତଦେହ ଗାଁକୁ ଆଣିବା ପାଇଁ ସକ୍ଷମ ନଥିଲେ ପରିବାର। ଏନେଇ ଜିଲ୍ଲା ପ୍ରଶାସନ ସମେତ କନ୍ଧମାଳ ସାଂସଦ ଓ ବିଧାୟକଙ୍କୁ ଗୁହାରୀ ଜଣାଇଥିଲେ ଘରଲୋକ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ବୁଧବାର ମୃତଦେହ ଗାଁରେ ପହଁଞ୍ଚିଛି। କେରଳରୁ ବିମାନରେ ମୃତଦେହ ଭୁବନେଶ୍ଵର ପହଁଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ଗାଡ଼ିରେ କୁର୍ତ୍ତମଗଡ଼ ଅଣାଯାଇଛି। ନା କେବଳ କନ୍ଧମାଳ ଜିଲ୍ଲାରେ ସମଗ୍ର ରାଜ୍ୟରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରିବା ନୀତି ଦିନିଆ ଘଟଣାରେ ପରିଣତ ହୋଇଛି। ଶିକ୍ଷିତ ଅଶିକ୍ଷିତ ସମସ୍ତେ ଯାଉଛନ୍ତି ବାହାର ରାଜ୍ୟକୁ ଦାଦନ ଖଟିବାକୁ ତକଳକାରଖାନା ରେ କାମ କରି ରୋଜଗାର ଆଣି ପରିବାର ପ୍ରତିପୋଷଣ କରିବା l ହେଲେ ସେଠାରେ ଅସ୍ଵାସ୍ଥ୍ୟକର ପରିବେଶରେ ରହି ଜୀବନ ହରାଉଛନ୍ତି l ନିଜର ଜମିରେ ନିଜେ ଫସଲ ଉପୁଜାଇବା ପାଇଁ ଅନିଚ୍ଛୁକ ହେଉଛନ୍ତି ଶିକ୍ଷିତ ଯୁବ ଗୋଷ୍ଠୀ l ଅନ୍ୟ ପଟେ ଯେଉଁ ସବୁ ସରକାରଙ୍କ ଯୋଜନା ଆସୁଛି କାମ କରିବା ପାଇଁ ଠିକାଦାର ମାନେ ଲୋକଙ୍କ ଜରିଆରେ କାମ ନକରି ମେସିନ ସାହାଯ୍ୟରେ କାମ କରିଛନ୍ତି l ଫଳରେ ନିଜ ଜାଗାରେ କାମ ନପାଇ ବାଧ୍ୟ ହୋଇ ସେମାନେ ପରିବାର ପ୍ରତିପୋଷଣ ପାଇଁ ଯାଉଛନ୍ତି ଦାଦନ ଖଟିବାକୁ l ସେଠାରେ ବିଭିନ୍ନ କାରଣରୁ ତାଙ୍କର ମୃତ୍ୟୁ ହେଉଛି। କେତେବେଳେ ଦୁର୍ଘଟଣା ତ ଆଉ କେତେ ବେଳେ ନିର୍ଯାତନା ସହିବାକୁ ପଡୁଛି। ଏଥିପ୍ରତି କନ୍ଧମାଳ ସାଂସଦ ଧ୍ୟାନ ଦେବେ ବୋଲି ଆଶା ପ୍ରକଟ କରିଛନ୍ତି କନ୍ଧମାଳ ବାସୀ l

Comments (0)
Add Comment