ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦଯାପିତ

ଦଶପଲ୍ଲା : ଦଶପଲ୍ଲା ମାଟିର ବରପୂତ୍ର, ପ୍ରଥିତଯଶା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ଏକବର୍ଷବ୍ୟାପି ଚାଲିଥିବା ଜନ୍ମ ଶତବାର୍ଷିକୀର ଉଦଯାପନୀ ସମାରୋହ ଆଜି ଦଶପଲ୍ଲା ଗାନ୍ଧୀ ପଡିଆ ନିକଟସ୍ଥ ଗୋବିନ୍ଦ ଭବନରେଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ ଓ ଓଡିଶା ସାହିତ୍ୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ଦେବେଶ, ଆଂଚଳିକ ସଚିବ ସାହିତ୍ୟ ଏକାଡେମୀ କୋଲକତା ସ୍ୱାଗତ୍‌ ଭାଷଣ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ଶତପଥୀ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ବ୍ୟକ୍ତିଗତ ଜୀବନଠାରୁ ନାଟ୍ୟ ଜୀବନ ପର୍ଯ୍ୟନ୍ତ ବିଷଦ ଭାବରେ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ଆବାହକ ବିଜୟାନନ୍ଦ ସିଂ ସଭାପତି ଆସନ ଅଳଙ୍କୃତ କରିଥିବାବେଳେ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି ସଂସଦର ଉପ – ସଭାପତି ଆଡ଼ଭୋକେଟ୍‌ ଶରତଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଅଧିବେଶନ ରେ ନାଟ୍ୟକାର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ମିଶଙ୍କ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ବିଜୟ କୁମାର ଚୈଧୁରୀ, ନଗେନ ଦାଶ୍‌ ଓ ବୈଜୟନ୍ତି ମିଶ୍ର ପ୍ରବନ୍ଧ ପାଠ କରିଥିଲାବେଳେ ,ବିଘ୍ନେଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଯାପନୀ ସମାରୋହର ଶେଷ ଅଧିବେଶନ ସଂଧ୍ୟା ୫.୩୦ରେ ମାନ୍ୟବର କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Comments (0)
Add Comment