ବରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ଦେଲେ ୨୯୫କୋଟି ଟଙ୍କାର ପ୍ରକଳ୍ପ ଭେଟି

ବରଗଡ଼ ୧୩।୧୧ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇଲେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବରଗଡ଼ ପାଇଁ ପ୍ରାୟ ୨୯୫ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହା ସହିତ ବିଜେପୁର ନିର୍ବାଚନ ମଣ୍ଡଳୀର ୭୧ଟି ୫ଟି ରୂପାନ୍ତରଣ ହାଇସ୍କୁଲର ଶୁଭ ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ବରଗଡ଼ ଜିଲ୍ଲାର ୩ ଲକ୍ଷ ୬୩ ହଜାର ହିତାଧିକାରୀ । ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଫଳରେ ବର୍ତ୍ତମାନ ବରଗଡ ଜିଲ୍ଲାରେ ମୋଟ ୧୨ଟି ବ୍ଲକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି । ତେବେ ଏହି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ପ୍ରତିଟି ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଥିବା ଟଙ୍କା ଅଭାବ ଏହି ସ୍ମାର୍ଟ କାର୍ଡ଼ ଦ୍ୱାରା ଦୁର ହୋଇ ପାରିବ । କୌଣସି ବ୍ୟକ୍ତି ଉନ୍ନତ ସ୍ୱାସ୍ଥ୍ୟ ଚିକିତ୍ସା ଠାରୁ ବଚିଂତ ହୋଇ ପାରିବେ ନାହିଁ । ସ୍ୱାସ୍ଥ୍ୟ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି ,ଆପଣ ମାନେ ନିଜ ଅର୍ଥ ସଂଚୟ କରନ୍ତୁ ,ମୋ ପାଇଁ ପ୍ରତିିଟି ଜୀବନ ମୁଲ୍ୟବାନ” ।

Comments (0)
Add Comment