ଜିଲ୍ଲା ଓକିଲ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ମାନଙ୍କୁ ଗମନାଗମନର ସବୁବେଳେ ଅସୁବିଧା ହେଉଛି। ସଦର ମହକୁମା ଚିକିତ୍ସାଳୟ ନବରଙ୍ଗପୁର କଲେଜ ପାଖକୁ ସ୍ଥାନାନ୍ତର ହେବା ପରଠାରୁ ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଦେଖା ଦେଇଛି। ଏହାକୁ ଗୁରୁତ୍ୱର ସହ ବିଚାରକରି ସମସ୍ୟାର ସମାଧାନ ପାଇଁ ଆଜି ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ରଙ୍କ ମାଧ୍ୟମରେ ରାଜ୍ୟ ପରିବହନ କମିସନର, ଆଞ୍ଚଳିକ ପରିବହନ ଅଧିକାରୀ ଓ ଜନପ୍ରତିନିଧିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ନବରଙ୍ଗପୁର ସହର ଠାରୁ ଅତି ଦୂରରେ ଥିବା କଲେଜ, ଜିଏନଏମ କଲେଜ, ଜିଲ୍ଲା କୃଷି କାର୍ଯ୍ୟାଳୟ, ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ନବରଙ୍ଗପୁର ଜିଲ୍ଲା କୋର୍ଟ, ସରସ୍ବତୀ ବିଦ୍ୟା ମନ୍ଦିର, ଜିଲ୍ଲା ଉଦ୍ୟାନ ବିଭାଗ ମୁଖ୍ୟାଳୟ, ଡିଆଇଇଟି ସ୍କୁଲ୍ ପାଇଁ ଲୋକେ ଦୂର ଦୂରାନ୍ତରୁ ଆସିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଣୁ ଏହି ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ସମାଧାନ କରି ଜନସାଧାରଣଙ୍କ ଗମନାଗମନ ବ୍ୟବସ୍ଥା ସୁଧାରିବା ପାଇଁ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ଏହି ଦାବୀ ଉପସ୍ଥାପନ କରାଯାଇଛି l ନବରଙ୍ଗପୁର ଜିଲ୍ଲାପାଳ ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ବାର କାଉନସିଲର ସଭାପତି ନରସିଂହ ତ୍ରିପାଠୀଙ୍କ ସହ ଉପସଭାପତି ହରି ନାରାୟଣ ବେହେରା ଓ ସମ୍ପାଦକ ତପନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment