ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର ୨୦।୧୧ : ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ଅନାମିକା ପାଣ୍ଡେ ସମେତ ନବରଙ୍ଗପୁର ଜିଲ୍ଲାର ଦସ ଗୋଟି ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ଉପ ନିବନ୍ଧକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଜିଲ୍ଲାର ବିଭିନ୍ନ ରାଜସ୍ୱ ମାମଲା ଗୁଡିକ ନିର୍ଦ୍ଧାରିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବା ସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ଚୋରାଚାଲାଣ ରୋକିବା ପାଇଁ ବ୍ୟାପକ ଯାଞ୍ଚ କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । ଜଙ୍ଗଲ ଜମି ଗୁଡିକ ଠିକ ଭାବରେ ସରଜମିନ କରିବା ପରେ ଆବଶ୍ୟକୀୟ ସଂଶୋଧନ କରି ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦେଶ ଦେଇଛନ୍ତି। ଅନଲାଇନ ଇ ପାଉଟି ମାଧ୍ୟମରେ ଶତ ପ୍ରତିଶତ ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲାର ଛଅ ଗୋଟି ତହସିଲ ଅତିକ୍ରମ କରିଯାଉଥିବା ଭାରତ ମାଳା ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ତତ ସମ୍ୱନ୍ଧୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Comments (0)
Add Comment