ଜାଡରେ ଥରୁଛି ଘୁ.ଉଦୟଗିରିର ସାରା ଅଞ୍ଚଳ, ପାରଦ ୩.୮ଡିଗ୍ରୀ ରେକର୍ଡ

ଘୁ.ଉଦୟଗିରି : ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନକୁ ଦିନ ପାରଦ ଖସୁଛି, ଶୀତ ବଢୁଛି । ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଜି ଘୁ ଉଦୟଗିରି ସହରର ତାପମାତ୍ରା ୩.୮ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ଦୁର୍ଗମ ଅଞ୍ଚଳରେ ପାରଦ ଆହୁରି ନିମ୍ନ ମୁଖୀ ହୋଇ ୩ ୪ଡିଗ୍ରୀ ଥିବା ସୂଚନା ମିଳିଛି । ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ ବି ତୁଷାରପାତ ହୋଇଥିବା ସୂଚନା ମିଳିଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୟସ୍କ ଲୋକ ଅସମ୍ଭାଳ ଶୀତ ଯୋଗୁଁ ତ୍ରାହିତ୍ରାହି ଡାକିଲେଣି । ଦିନରେ ସୂର୍ଯ୍ୟ କିରଣରେ ଲୋକଙ୍କ ଦିନ କାଟୁଥିବା ବେଳେ ସଞ୍ଜ ନଇଁଲେ ନିଆଁ ଭରଷାରେ ରାତି କଟୁଛି । ସନ୍ଧ୍ୟା ପରେ ବଜାର ରାସ୍ତାଘାଟ ଜନଶୂନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଛି ।

Comments (0)
Add Comment