ଜିଲ୍ଲା ସ୍ତରୀୟ ଯୁବ ସମାବେଶର ଚତୁର୍ଥ ପର୍ଯ୍ୟାୟ ସେବାଦଳ ତାଲିମ ଶିବିର

ସୁବର୍ଣ୍ଣପୁର: ଶ୍ରୀ ସତ୍ୟ ସାଇ ସେବା ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ସମାବେଶ (ଚତୁର୍ଥ ପର୍ଯ୍ୟାୟ )ଡୁଙ୍ଗୁରିପାଲି ସ୍ଥିତ ଅଇଁଲାସାରି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଗୋଷ୍ଠୀ ଭବିଷ୍ୟତ ଭାରତର ଭାଗ୍ୟ ନିୟନ୍ତା । ଭାରତ ନିର୍ମାଣ ଯୋଜନାରେ ଅଂଶ ଗ୍ରହଣ କରି ଦେଶକୁ ଶୀର୍ଷ ସ୍ଥାନକୁ ପହଞ୍ଚାଇବାକୁ ସେମାନେ ନିଶ୍ଚିତ ସମର୍ଥ ହେବେ । ଯୁବସମାଜକୁ ଆତ୍ମବିଶ୍ୱାସର ମୂଳ ଦୁଆ ଉପରେ ଛିଡା ହେବାକୁ ପଡିବ । ଆତ୍ମବିଶ୍ୱାସ ଚାରୋଟି ଗୁଣ ଉପରେ ପ୍ରତିଷ୍ଠିତ । ସେଗୁଡିକ ହେଲା, ଉତ୍ତମ ଭାବନା, ଦାୟିତ୍ୱ ବୋଧ, ଦକ୍ଷତା ବୃଦ୍ଧି ଓ ଦୃଢ ସଂକଳ୍ପ । ଏଥିପାଇଁ ଯୁବ ଭାଇଭଉଣୀମାନେ ସଚେତନ ହେବା ଆବଶ୍ୟକ । ଏହି ଯୁବ ସମାବେଶରେ ପ୍ରତାପ କୁମାର ସ୍ୱାଇଁ ଷ୍ଟେଟ୍‌ ଟ୍ରାଇବଲ ଡେଭଲମେଣ୍ଟ, ( ସତ୍ୟସାଇ ସେବା ସଂଗଠନ ଓଡିଶା ), ପ୍ରତାପ ଚନ୍ଦ୍ର ମହାନ୍ତି, ସ୍ୱାଧୀୟ ସତସଙ୍ଗ ଭାର ପ୍ରାପ୍ତ ( ସତ୍ୟ ସାଇ ସେବା ସଂଗଠନ ଓଡିଶା ), ସୁଶ୍ରୀ ରେଣୁକା ମିଶ୍ର, ପୂର୍ବତନ ରାଜ୍ୟ ଶିକ୍ଷା ସଂଯୋଜିକା ପ୍ରମୁଖ ଯୋଗ ଦେଇ ଯୁବ ପୀଢି ଅନ୍ୟମାନଙ୍କ ସେବାକରି, ତ୍ୟାଗ କରି ଆତ୍ମସନ୍ତୋଷ ଲାଭ କରିବାକୁ ପଡିବ । ଏହା ହେଲେ ବ୍ୟକ୍ତି ତଥା ସମାଜର ପରିବର୍ତ୍ତନ ଘଟିବ । ଯୁବ ବନ୍ଧୁମାନେ ତାଙ୍କ ଶକ୍ତି ଦେଶ ଗଠନରେ ବିନିଯୋଗ କରିବା ଉଚିତ ବୋଲି ଉପସ୍ଥିତ ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ ।

ଶ୍ରୀ ସତ୍ୟସାଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଭିନ୍ନ ସେବା କାର୍ଯ୍ୟରେ ଯୋଗଦାନ କରି ଭଗବାନ ସତ୍ୟସାଇଙ୍କ ଅମୃତବାଣୀ ମାନବ ସେବା ହିଁ ମାଧବ ସେବାକୁ ଗ୍ରହଣ କରିଥିବା ଯୁବଗୋଷ୍ଠୀ କିପରି ଭଲ ମଣିଷ ହେବେ ଏବଂ ନିଜ ଗାଁ ଦେଶ ତଥା ରାଜ୍ୟର ନେତୃତ୍ୱ ନେଇ ସମସ୍ତଙ୍କୁ ଠିକ ରାସ୍ତାରେ ନେଇ ପାରିବେ ଏହା ହିଁ ଶ୍ରୀ ସତ୍ୟ ସାଇ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ଯୁବ ସମାଜ ଆଗେଇ ଆସି ସେବା ନୌକାର ମଙ୍ଗ ଧରନ୍ତୁ ଏବଂ ଦେଶର ଗୌରବ ଓ ସମ୍ମାନ ରକ୍ଷା କରନ୍ତୁ । ଭିତ୍ତିଭୂମି ସୁଦୃଢ ହେବ । ଆମ ଦେଶର ଭବିଷ୍ୟତ ନାଗରିକ ତଥା ସତ୍ୟ ସାଇ ସଂଗଠନ ର ଆଗାମୀ ପୀଢି.. ଏଇ ଯୁବ ସମାଜର ରୂପାନ୍ତରଣ ଆସିଲେ ଦେଶ ତଥା ସମାଜ ବଦଳିଯିବ କ୍ଷ ଶିକ୍ଷା କ୍ଷେତ୍ରରେ ମୂଲ୍ୟ ବୋଧ ତଥା ନୈତିକ ଭିତ୍ତିକ ଶିକ୍ଷା ଛୋଟ ପିଲା ମାନଙ୍କୁ ପ୍ରଦାନ କରିବାକୁ ବିକାଶ ନିମିତ୍ତ ବିଭାଗର ଉନ୍ନତି ହେବା ନିହାତି ଆବଶ୍ୟକ ଏବଂ ଏଥିରେ ମା ମାନଙ୍କର ଯଥେଷ୍ଟ ଭୂମିକା ରହିଛି ବୋଲି ସୁଶ୍ରୀ ରେଣୁକା ମିଶ୍ର ତାଙ୍କର ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଏହି ସମାବେଶରେ ଅନେକ ଯୁବଭାଇ ଓ ଭଉଣୀ ଯୋଗଦେଇଥିଲେ ।

Comments (0)
Add Comment