ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ନୟାଗଡ଼ : ଗଣିଆ ବନାଞ୍ଚଳ ଅଧିନସ୍ଥ ବିଞ୍ଝାଗିରୀ ଜଙ୍ଗଲରୁ ୨ ବର୍ଷର ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବସୀ ବନ ବିଭାଗକୁ ଖବର ଦେଇଥିଲେ । ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ସନ୍ତୋଷ ପ୍ରଧାନ ଓ ପାରା ଷ୍ଟାଫ ପହଂଚି ଆହତ ହରିଣକୁ ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ପ୍ରାଣୀ ଚିକିତ୍ସକ ପ୍ରଦୀପ କୁମାର ସାହୁ ହରିଣର ଚିକିତ୍ସା କରିଥିଲେ । ହରିଣର ପଛ ପଟର ଡାହାଣଗୋଡ଼ର ହାଡ଼ ଭାଙ୍ଗି ଯାଇ କ୍ଷତ ସୃଷ୍ଟି ହୋଇଥିଲା । ହରିଣଟି ସୁସ୍ଥ ଥିବା ଫରେଷ୍ଟର ଶିଶିର କୁମାର ସାହୁ ପ୍ରକାଶ କରିଛନ୍ତି । ହରିଣଟିକୁ ବୁଲା କୁକୁର ଗୋଡାଉ ଥିବା ଯୋଗୁ ହରିଣଟି ଗାତରେ ପଡି ଏଭଳି ହୋଇଛି ବୋଲି ଅନୁମାନ କରିଛି ବନ ବିଭାଗ । ତେବେ ହରିଣଟି ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନପାଳ ଶିଶିର ସାହୁ ପ୍ରକାଶ କରିଛନ୍ତି ।

Comments (0)
Add Comment