ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ଆଜି ଖୋଲିଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏ ନେଇ ଶୁଭ ବେଳା ମଧ୍ୟ ଧାର୍ଯ୍ୟ ହୋଇଥିଲା। ୯ଟା ୫୧ ରୁ ୧୨ଟା ୧୫ ମଧ୍ୟରେ ଶୁଭ ବେଳା ରହିଥିବା ବେଳେ ଏହି ସମୟ ଭିତରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ପୂର୍ବରୁ ଯେଉଁ ଏସ ଓ ପି ରହିଛି ସେହି ଏସ ଓ ପି ଆଧାରରେ ହିଁ ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୁଚନା ଦେଇଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ସେହିପରି ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ କମିଟି ଗଠନ କରାଯାଇଛି ସେମାନେ କୌଣସି ସ୍ବର୍ଣ୍ଣ ଅଳଙ୍କାର କିମ୍ବା ପଦାର୍ଥ ପରିଧାନ କରି ସେହି ଦିନ ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ। ତେବେ ଆଜି ସକାଳ 8 ଟା ରୁ ଶ୍ରୀ ମନ୍ଦିର କୁ ଭକ୍ତଙ୍କ ପ୍ରବେଶରେ କଟକଣା ରହିଛି। ରତ୍ନ ଭଣ୍ଡାର କାର୍ଯ୍ୟ ସାରିବା ଯାଏ ଏହି କଟକଣା ରହିବ। କେବଳ ମହାପ୍ରଭୁଙ୍କ ନୀତି ସେବକ, ରତ୍ନ ଭଣ୍ଡାର ତଦାରଖ କମିଟି ର ଅଧିକୃତ ସଦସ୍ୟ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିବେ। ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଭିତର ରତ୍ନଭଣ୍ଡାର ଅଳଙ୍କାର ଶ୍ରୀ ମନ୍ଦିର ଭିତରେ ଖଟ ଶେଯ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କୁ ସ୍ଥାନାନ୍ତର କରାଯାଇ ସିଲ୍ କରାଯିବ । ଏହା ପରେ ବାହାର୍ ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ର ମରାମତି ପାଇଁ ଏ ଏସ ଆଇ ଦାୟିତ୍ବ ଦିଆଯିବ। ଗତ ୧୪ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଭଙ୍ଗା ଯାଇ ନୂତନ ତାଲା ପକାଯାଇଥିଲା। ରତ୍ନଭଣ୍ଡାରରେ ପକାଯାଇଥିବା ଦୁଇଟି ନୂତନ ଚାବି ଟ୍ରେଜେରୀରେ ରହିଥିବା ବେଳେ ଆଜି ତାରିଖରେ ଟ୍ରେଜେରୀରୁ ଏହି ଚାବି ଆସି ଖୋଲାଯିବ। ସେହିପରି ଆଜି ତିନି ରଥ ଉପରେ ମହାପ୍ରଭୁଙ୍କର ଅଧରପଣା‌ ନୀତି ଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବାର ବ୍ୟବସ୍ଥା ହୋଇଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ। ସକାଳ ୮ଟା ରୁ ଏହି କଟକଣା ଲଗାଯାଇଛି । ପୁରୀରୁ ଗୋବିନ୍ଦଚନ୍ଦ୍ରଙ୍କର ରିପୋର୍ଟ ହିରାଞ୍ଚଳ live I

Comments (0)
Add Comment