ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୩୬ ଜଣ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। । ସେଥିମଧ୍ଯରୁ ୧୦୪ ଜଣ ସୁସ୍ଥ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।

ସେହପରି ଦିଲ୍ଲୀରେ- ୬୪, ତେଲେଙ୍ଗାନା- ୨୪, ରାଜସ୍ଥାନ -୨୧, କର୍ଣ୍ଣାଟକ -୧୯, କେରଳରେ -୧୫ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗୁଜରାଟ- ୧୪, ଜମ୍ମୁ କାଶ୍ମୀର -୩, ଆନ୍ଧ୍ରପ୍ରଦେଶ- ୨, ଓଡ଼ିଶା- ୨, ଉତ୍ତର ପ୍ରଦେଶ- ୨, ଚଣ୍ଡିଗଡ, ଲଦାଖ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜଣାଯାଇଛି।

ରାଜ୍ୟରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

covidcovid19 pandemicomicronThe number of Omicron cases in the country has risen to 236
Comments (0)
Add Comment