ରୋଗୀ ହନ୍ତସନ୍ତ, ମାଲାମାଲ ଘରୋଇ ଔଷଧ ଦୋକାନୀ

ଦାନଗଦୀ : ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି କାରଣ ଶିଳ୍ପନଗରୀ ରେ ଏହି ଗୋଟିଏ ମେଡିକାଲ ଉପରେ ରାତି ପାହିଲେ ହଜାର ହଜାର ଲୋକ ନିର୍ଭର କରନ୍ତି, ଦାନଗଦୀ ବ୍ଲକର ତେଇଶି ଗୋଟି ପଞ୍ଚାୟତ ସହ ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ହସ୍ପିଟାଲ, ଦୁର୍ଭାଗ୍ୟର କଥା ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଔଷଧ ବିତରଣ ପାଇଁ ପୁରୁଣା ନୁଆଁ ମିଶି ନିରାମୟର ଚାରୋଟି କାଉଣ୍ଟର ଅଛି, ତାହା ପୁଣି ପୁରୁଷ ମହିଳା ମାନଙ୍କ ପାଇଁ ଅଲଗା ଅଲଗା, କିନ୍ତୁ ଏବେ ପରିସ୍ଥିତି ଏପରି ହୋଇଛି ଗୋଟେ ମାତ୍ର କାଉଣ୍ଟର ଖୋଲୁଛି ତାହା ପୁଣି ସାଇନ ବୋର୍ଡରେ ଲେଖା ଅଛି ଚବିଶ ଘଣ୍ଟିଆ ଔଷଧ ମାଗଣା ବିତରଣ କେନ୍ଦ୍ର, କିନ୍ତୁ ମାତ୍ର ଦିନ ରାତି ମିଶି ୫ ରୁ ୬ ଘଣ୍ଟା ଖୋଲା ରହୁଛି, ଗୋଟେ କାଉଣ୍ଟରରେ ପୁରୁଷ, ମହିଳା, ବରିଷ୍ଠ ନାଗରିକ ସମସ୍ତଙ୍କ ଭିଡ଼, ଠେଲା ପେଲା ଲାଗି ରହୁଛି, ଯଦି ଧାଡିରେ କେଉଁ ରୋଗୀ ୩୦ / ୪୦ କିଲୋମିଟର ଦୂରରୁ ଆସି ଠିଆ ହୋଇଛି ସମୟ ହୋଇଗଲା ତ କାଉଣ୍ଟର ବନ୍ଦ, ମଧ୍ୟାହ୍ନ ସାରା ଅପେକ୍ଷା କରି ବୃଦ୍ଧ, ବୃଦ୍ଧା ଗରିବ ଲୋକ ଭୋକ ଉପାସରେ ଅପରାହ୍ନ ପ୍ରଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡୁଛି, ତାହାଲେ ଏହି ପୁରୁଣା ଦୁଇଟା ଓ ନୂଆ ଦୁଇଟା କାଉଣ୍ଟର ହୋଇଛି କାହା ପାଇଁ, ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗରିବ ଲୋକଟିଏ ଔଷଧ ଟିକେ ପାଇବା ପାଇଁ ନାକଦମ ହେବାକୁ ପଡୁଛି, ବେଳେ ବେଳେ ବହୁ ଦୂର ଦୁରାନ୍ତରୁ ଆସିଥିବା ରୋଗୀ ଟି ଫେରି ଯାଇ ତା ପରିଦିନ ଆସୁଛି, ମାଗଣା ଔଷଧ ଟିକେ ପାଇଁ ଦୁଇ ଦିନ ତାକୁ କାମଧନ୍ଦା ବନ୍ଦ କରିବାକୁ ପଡୁଛି, ଦେଖିବାକୁ ବାକି ରହିଲା କେତେଦିନ ପରେ ଅନ୍ୟ କାଉଣ୍ଟର ସବୁ ଖୋଲା ଯାଉଛି ଆଉ ଜନସାଧାରଣ ସୁବିଧା ରେ ଔଷଧ ପାଉଛନ୍ତି

Comments (0)
Add Comment