ଯେଉଁ ପଦବୀରେ ସ୍ୱାମୀ ଥିଲେ ; ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ

କେରଳ : ଯେଉଁ ପଦବୀରେ ସ୍ୱାମୀ ଥିଲେ ଏବେ ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ । ଏଭଳି ରୋଚକ ତଥା ଚର୍ଚ୍ଚାର ଘଟଣା ଘଟିଛି କେରଳରେ। ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିଛି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁ ଅନନ୍ତପୁରମ ସାଂସଦ ଶଶୀ ଥରୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ଯାହା ବହୁ ମାତ୍ରାରେ ଭାଇରାଲ ହୋଇଛି । ଆଜ୍ଞା ହଁ ଏମିତି ଘଟଣା ଘଟିଛି କେରଳରେ ଯାହା ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏହି ଦୁଇ ଆଇଏଏସ୍‌ ଦମ୍ପତି ହେଲେ ଭି ବେଣୁ ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ।

ସୂଚନାଯୋଗ୍ୟ ଭି ବେଣୁ କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଭି ବେଣୁଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ସ୍ଥିର କରିଥିଲେ । ତେଣୁ ସ୍ୱାମୀଙ୍କ ଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ ପତ୍ନୀ ।

Comments (0)
Add Comment