ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦଘାଟନ କଲେ ଶାସକ ଦଳର ମୁଖ୍ୟ ସଚେତକ

ହରଭଙ୍ଗା : ବୌଦ୍ଧ ବିଧାନସଭା ହରଭଙ୍ଗା ବ୍ଲକ୍ ଧଳପୁର ସ୍ଥିତ ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଓଡିଶା ସରକାରଙ୍କ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ କମଳରେ ଉଦଘାଟନ ହୋଇ ଯାଇଛି l ଉଦ୍ଘାଟନୀ ପରେ ସାଧାରଣ ସଭାରେ ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ବାବୁଲାଲ୍ ଭୋକ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ସୁଜାତା କର୍ଣ୍ଣ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁର୍ଯ୍ୟ ନାରାୟଣ ମହାକୁଡ, କୈଳାଶ ପ୍ରଧାନ, ଆଲୁମିନି କମିଟି ସଭାପତି ରାଜ୍ କିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ସରକାର ଚଳିତ ବର୍ଷ ଧଳପୁର ରାଜେନ୍ଦ୍ର ନାରୟଣ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରିଥିବାରୁ ସ୍ଥାନୀୟ ଅଞ୍ଚଳ ର ଅଧିବାସୀ, ଅଭିଭାବକ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ନୂତନ ଯୋଗଦାନ ଦେଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଅଧ୍ୟକ୍ଷ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ନୂତନ କଲେଜ ପାଇଁ ଆବଶ୍ୟକ ଥିବା ଶ୍ରେଣୀଗୃହ, ପାନୀୟ ଜଳ, ସାଇକେଲ ଷ୍ଟାଣ୍ଡ, ସ୍ଥାୟୀ ରାସ୍ତା ଉପରେ ମୁଖ୍ୟ ସମସ୍ୟା ଉପରେ ଅଭିଯୋଗ କରିଥିବା ବେଳେ ନୂତନ ସରକାରୀ ଖୁବ ଶୀଘ୍ର ଶିକ୍ଷା ଭିତିକ ସମସ୍ୟା ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିଲେ l ତତ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଉଚିତ ମାର୍ଗ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଉତ୍ତମ ନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ ଏବଂ ନୂତନ ଅଧ୍ୟାପକ ଅଧ୍ୟାପିକାଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ଉପଦେଶ ଦେଇଥିଲେ l

Comments (0)
Add Comment