ବ୍ରିଜ୍ କାମରେ ଦୁର୍ନୀତିର ଗନ୍ଧ, ହାତ ମାରିଲେ ବାହାରୁଛି ପିଚୁ

ବ୍ରିଜ୍ ଓ ରାସ୍ତା କାମରେ ଖର୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା I ହାତ ମାରିଲେ ବାହାରୁଛି ପିଚୁ, ତିନି ମାସ ନହେଉଣୁ ଖସି ଦବି ଗଲାଣି ବ୍ରିଜ୍ ରାସ୍ତା। ଅମରା ଡାଳିମ୍ବପୁର ବ୍ରିଜ କାମରେ ହାତ ମାରିଲେ ବାହାରୁଛି ପିଚୁ I ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଳିମ୍ବପୁର ବ୍ରିଜ୍ ଓ ରାସ୍ତା। ବିଜୁ ସେତୁ ଯୋଜନାରେ ଗାଁ ଲୋକଙ୍କ ଯାତାୟତ ଗମନାଗମନ ସୁବିଧା ପାଇଁ ଖର୍ଚ ହୋଇଛି ଲକ୍ଷାଧିକ ଟଙ୍କା। ମାତ୍ର କାମର ତିନି ମାସ ମଧ୍ୟରେ ରାସ୍ତା ଅବସ୍ଥା ନକହିବା ଭଲ ହାତ ମାରିଲେ ବାହାରୁଛି ପିଚୁ ଓ ବ୍ରିଜ୍ ଗାଡୱଲ୍ ତଳକୁ ଖସି ଆଁ କଲାଣି ଭୂମି। ଏହି କାମ ଆରମ୍ଭରୁ ତିନିଖଣ୍ଡ ଗ୍ରମ ଅମରା, ରାଟିଣୀ ଡାଳିମ୍ବପୁର ଏହି ତିନି ଖଣ୍ଡ ଗ୍ରାମ ବାସୀ ବିରୋଧ କରିଥିଲେ ଅଧରାତିରେ କାମ କରିବା ହେତୁ ବିରୋଧ କରିଥିଲେ ସେହି ସମୟରେ ବିଭାଗିୟ ଅଧିକାରୀ ପହଞ୍ଚି ଭଲ କାମ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ପିଚୁରାସ୍ତା ଉପଡି ପଡୁଛି ଓ ଗାର୍ଡ ୱାଲ ଫାଟି ଗଲାଣି ଓ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଦବି ଗଲାଣି ଏଥି ପ୍ରତି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଅଞ୍ଚଳ ବସି I

Comments (0)
Add Comment