ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ

ପୁରୀ: ହେରିଟେଜ ରାଇଡରେ ବଳଗଣ୍ଠି ହାଇସ୍କୁଲ ଓ ପୁରୀ ଜିଲ୍ଲାସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଉଭୟ ବିଦ୍ୟାଳୟର ୩୮ ଜଣ ଛାତ୍ରଛାତ୍ରୀ ପୁରୀ ପୌରସଂସ୍ଥା, ଶଙ୍କରାଚାର୍ଯ୍ୟ ମଠ ଦେଇ ଗଙ୍ଗାମାତା ମଠ, ସିଦ୍ଧବକୁଳ ମଠ, ରାଧାକାନ୍ତ ମଠ, ବାଉଳି ମଠ, ଶ୍ୱେତଗଙ୍ଗା, କବୀର ଚଉରା ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ବ୍ଲୁ ଫ୍ଲାଗ ବିଚରେ ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଯୁଗବ୍ରତ କର, ବଳଗଣ୍ଠି ହାଇସ୍କୁଲର ଶିକ୍ଷକ ଆଲାମ ମହମ୍ମଦ, ପୁରୀ ଜିଲ୍ଲା ସ୍କୁଲ ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା, ଗାଇଡ ଟୁକୁନା ଜେନା, ସିଦ୍ଧାର୍ଥ ଆଚାର୍ଯ୍ୟ, ନଟବର ସାହୁ, ସତ୍ୟବ୍ରତ ସାହୁ, ସୁଶ୍ରୀ ମଞ୍ଜୁଶ୍ରୀ ସେନ, ବେୟାରଫୁଟ ଅନୁଷ୍ଠାନର ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

The students toured various heritage sitesହେରିଟେଜ ରାଇଡ
Comments (0)
Add Comment