ବିଦ୍ୟାଳୟ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ନବରଙ୍ଗପୁର: କିଛି ଦିନ ଧରି ନବରଙ୍ଗପୁର ସଦର ମହକୁମାଠାରେ ଥିବା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ପୌର ପରିଷଦ ପକ୍ଷରୁ ମିଶନ ଶକ୍ତି ସଭା ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରକାଶ ଥାଉ କି ଗାନ୍ଧୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଅକ୍ତିଆରରେ ଥିବା ଜମିରେ ପୌର ପରିଷଦ ପକ୍ଷରୁ ବାଣିଜ୍ୟ ଭିତ୍ତିକ ଷ୍ଟଲ ନିର୍ମାଣ କରାଯାଇଥିଲା ଏବଂ ପର୍ବବର୍ତ୍ତୀ ସମୟରେ ବସ୍ତି ବାସିନ୍ଦା ଏହାର ଆପତ୍ତି ଜଣାଇବା ପରେ ତତ୍କାଳିନ ତହସିଲଦାର ଗୁଣନିଧି ନାୟକ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ପରେ ୨୦୧୬ ମସିହାରେ ଜମି ଚିହ୍ନଟ କରାଯାଇଥିଲା ।

ଦୁଇ ବର୍ଷ ପୂର୍ବେ ଉକ୍ତ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବା ପରେ ଚଳିତ ବର୍ଷ ଉକ୍ତ ବିଦ୍ୟାଳୟ ମଧ୍ୟରେ ପୌର ପରିଷଦ କର୍ତ୍ତୃପକ୍ଷ ପକ୍ଷରୁ ଉକ୍ତ ଜମି ରାଜସ୍ୱ ଜମି ଥିବା ଦର୍ଶାଇ ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏଚଜି ପାଇଁ ମିଶନ ଶକ୍ତି ସଭାଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଯାହାକି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ଜ୍ଞାତସାରରେ ନ ଥିବା ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏହାର ବିରୋଧ କରିଥିଲେ ହେଁ ଏହାକୁ ନଜର ଅନ୍ଦାଜ କରି ବିଦ୍ୟାଳୟ ପରିସରରେ କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଏହାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାର ଜଣେ ସମାଜସେବୀ ମନୋଜ କୁମାର ମହାକୁଡ଼ ପୌର ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ଫଳସ୍ୱରୂପ ଉପ ଜିଲ୍ଲାପାଳ ତଥା ପୌର ଅଧିକାରୀ ନବରଙ୍ଗପୁର ତହସିଲଦାରଙ୍କୁ ଅବିଳମ୍ବେ ଉକ୍ତ ଜମିର ମାପ କରି ଜମି ଚିହ୍ନଟ କରି ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି ଉକ୍ତ ବିଦ୍ୟାଳୟର ୩୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପିଲାଙ୍କ ପାଇଁ ପ୍ରାର୍ଥନା ଓ ଖେଳକୁଦ ପାଇଁ ଏହି ଜମି ବ୍ୟତୀତ ଅନ୍ୟ ଜମି ନ ଥିବା ବେଳେ ପୌରପରିଷଦ ପକ୍ଷରୁ କମ୍ୟୁନିଟି ସେଣ୍ଟର ନିର୍ମାଣ ହେଲେ କମଳମତି ଶିଶୁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହେବ ବୋଲି ମନୋଜ ମହାକୁଡ଼ କହିଛନ୍ତି ।

The sub-district commissioner ordered the school land to be identifiedବିଦ୍ୟାଳୟ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ
Comments (0)
Add Comment