ନିମ୍ନମାନର ପିଚୁ ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ, ଠିକ୍‌ ଭାବେ ନକଲେ ଆନ୍ଦୋଳନ ଚେତାବନୀ

ଘୁ.ଉଦୟଗିରି,୧୪/୧୨- ନବନିର୍ମିତ ରାସ୍ତାରୁ ପିଚୁ ଖୋଳି ବାହାର କଲେ ଗ୍ରାମବାସୀ । ଠିକ କାମ କର ନଚେତ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ । ଗୋଟିଏ ରାସ୍ତା ପାଇଁ ବାରମ୍ବାର ନିମ୍ନମାନର କାର୍ଯ୍ୟ ଅଭିଯୋଗ । ତଥାପି ସୁଧୁରୁନି ରାସ୍ତା କାମ । ଠିକାଦାର ପ୍ରତି ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ସାଧାରଣ ଜନତା ଦୁର୍ଦ୍ଦଶାରେ । ଉଦୟଗିରି ଚକରାବିଷୋୟୀ ଛକ ଠାରୁ ଗ୍ରେସିଙ୍ଗିଆ ୨ କିମି ରାଜ୍ୟରାଜପଥ ଦୀର୍ଘ ବର୍ଷ ହେଲା ନିର୍ମାଣ ହେଉଛି । ଆଗକୁ କାମ ବଢ଼ିଲା ବେଳକୁ ପଛ ରାସ୍ତାର ପିଚୁ ଉଠିଯାଉଛି ।

ଅତ୍ୟନ୍ତ ନିମ୍ନ ମାନର ରାସ୍ତା କାମ ଯୋଗୁଁ ସବୁ ସମୟରେ ଏହି ରାସ୍ତା କାମକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ପ୍ରତିବାଦ ବି ଦେଖିବାକୁ ମିଳିଛି । ଏହି କାମ ବେଳେ ସ୍ଥାନୀୟ ଶ୍ରୀରାମପଦା ଅଞ୍ଚଳବାସୀ ବିରୋଧ କରିଥିଲେ ଏବଂ ଭଲ କାମ କରିବା ପାଇଁ ବିଭାଗୀୟ ଅଧିକାରୀ ସମେତ ଠିକାଧାରୀଙ୍କୁ ତାଗିଦ କରିଥିଲେ । ପୁନର୍ବାର ବର୍ତ୍ତମାନ ଗତକାଲି ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପୁଣିଥରେ ନିମ୍ନମାନର କାମ ହେଉଥିବା ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତରେ ପିଚୁ ଖୋଳି ବାହାରୁଛି ଯାହାକି ନିମ୍ନମାନର ବୋଲି ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ନିମ୍ନମାନର ପିଚୁ ରାସ୍ତା ନିର୍ମାଣ ପ୍ରତିବାଦରେ ଗ୍ରେସିଙ୍ଗିଆ ଗ୍ରାମବାସୀ ଏହାକୁ ଦୃଢ଼ ପ୍ରତିବାଦ ସହ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏହି ୭ ନମ୍ବର ରାଜ୍ୟ ରାଜପଥ ଦୀର୍ଘ ୩ବର୍ଷ ହେଲା ଟେଣ୍ଡର ହୋଇ ଠିକାଦାର କାର୍ଯ୍ୟ କରୁଥିଲେ ଏବଂ ପୂର୍ତ୍ତବିଭାଗର ଚୁକ୍ତିକୁ ଖିଲାପ କରି ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିଲେ । ବିଭାଗୀୟ ଅଧିକାରୀଙ୍କ ଚାପରେ ଠିକାଦାର ତରବରିଆ ଭାବରେ କାର୍ଯ୍ୟକରିବା ଯୋଗୁଁ ଉକ୍ତ ରାସ୍ତାରେ ପିଚୁ ସମ୍ପୂର୍ଣ୍ଣ ଉଠିଯାଇଥିଲା । ଏହି ସମୟରେ ମଧ୍ୟ ସାଧାରଣ ଜନତା ଉକ୍ତ ରାସ୍ତା ପାଇଁ ପ୍ରତିବାଦ କରିଥିଲେ । ବିଭାଗୀୟ ଅଧିକାରୀ ପ୍ରତିବାଦ ଓ ପିଚୁ ଉଠିଯିବାର ଦେଖି ପୁନର୍ବାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପୁନର୍ବାର ଏହି କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରେସିଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ ଠିକ କାମ ହେଉଥିବା ପ୍ରକାଶ କରିଛନ୍ତି ।

ଏହି ନିମ୍ନ ମାନର କାର୍ଯ୍ୟକୁ ଗ୍ରେସିଙ୍ଗିଆର ସୌମ୍ୟରଞ୍ଜନ ସାହୁ, ଅତୁଲ ମଲ୍ଲିକ, ଅରୁଣ ପ୍ରଧାନ, ଅଜୟ ପ୍ରଧାନ, ବିଶାଳ ପ୍ରଧାନ, ବଳିଆ ଦେହୁରୀ, ମାନସ ଦେହୁରୀ, ପବନ ସାହୁ,ମନୋଜ ଦେହୁରୀ, ମିକୁ ସାହୁ, ନିଳମାଧବ ଦେହୁରୀ, ଶଙ୍କର ପ୍ରଧାନ, ସମୀନ ପ୍ରଧାନ, ରମାକାନ୍ତ ପ୍ରଧାନ, ଦିପୁ ପ୍ରଧାନ, ସମେତ ଗ୍ରେସିଙ୍ଗିଆ ଅଞ୍ଚଳର ଗ୍ରାମବାସୀ ପ୍ରତିବାଦ କରିବାସହ ପିଚୁ ରାସ୍ତାକୁ ତାଡ଼ି ବାହାର କରିଦେଇଥିଲେ । ପ୍ରଶ୍ନ ଉଠୁଛି ଏତେ ନିମ୍ନମାନର କାମକୁ ବିଭାଗୀୟ ଅଧିକାରୀ ପ୍ରଶୟ ଦେଉଛନ୍ତି କେମିତି ? ଗୋଟିଏ କାମ ଏତେ ବର୍ଷ ଧରି ଚାଲୁଛି କେମିତି ।

ଠିକାଦାର ଚୁକ୍ତି ଖିଲାପ ପରେ ମଧ୍ୟ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉଛି କେମିତି ? ଠିକାଦାରକୁ ଏତେ ଅନୁକମ୍ପା ଦେଖେଇବା ପଛର ରହସ୍ୟ କଣ ? ପୂର୍ତ୍ତର୍ ବିଭାଗର କେଉଁ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏହି ଠିକାଦାର ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିମ୍ନମାନର କାମ କରିଛନ୍ତି? ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଠିକାଦାରଙ୍କୁ ଆର୍ଥିକ ଲାଭ ଦେବା ସହ ବିଭାଗୀୟ ଅଧିକାରୀମାନେ ମଧ୍ୟ ଲାଭ ଉଠାଉଥିବା ଏହି ରାସ୍ତା କାମକୁ ଦେଖିଲେ ସହଜରେ ଅନୁମାନ କରିହେବ । ଏହି ରାସ୍ତା କାମ ଠିକ ଭାବେ ନ ହେଲେ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି ।

The villagers protested against the poor quality of the roadନିମ୍ନମାନର ପିଚୁ ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ
Comments (0)
Add Comment