ଶୀତରେ ଥରୁଛି ସାରା ଓଡିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କନ୍ଧମାଳ ଓ ଫୁଲବାଣୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ୬ ଡିଗ୍ରୀ ରହିଛି। କେନ୍ଦୁଝର ଓ ସୁବର୍ଣ୍ଣପୁର ୬.୪ ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ରେ ୬.୫ ଡିଗ୍ରୀ,ଭବାନୀପାଟଣା ୬.୮, କୋରାପୁଟ ୭, ବୌଦ୍ଧ ୮ ଡିଗ୍ରୀ,ହୀରାକୁଦ ୮.୪, ବଲାଙ୍ଗିର ୮.୫, ସମ୍ବଲପୁର ୮.୬ ଡିଗ୍ରୀ ନୟାଗଡ଼ ଓ ତାଳଚେର ୯, ଚାନ୍ଦବାଲି ୯.୭ ଡିଗ୍ରୀ, ଭୁବନେଶ୍ୱର ୧୦.୧ ଓ କଟକ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ତେବେ ଶୀତର ପ୍ରଭାବ ଆଗାମୀ ୨ରୁ ୩ ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Comments (0)
Add Comment