କାକଟପୁରରେ ମା’ ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା

ପୁରୀ : ରାଜ୍ୟର ସମସ୍ତ ଶକ୍ତି ପୀଠରେ ଶାରଦୀୟ ପାର୍ବଣ ପୂଜ।। ସେଥିପାଇଁ ପୁରୀ ଜିଲ୍ଲା କାକଟପୁରରେ ମା’ ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ୱତନ୍ତ୍ର ରୀତିନିତୀ ଅନୁସାରେ ଷୋଡଶ ଉପଚାର ପୂଜା ଅ।ରମ୍ଭ ହୋଇଛି । ଏବେ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ ଜମୁଛି ମା’ଙ୍କ ପୀଠରେ । ପାର୍ବଣ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ପୁରୀ ଜିଲ୍ଲା କାକଟପୁର ମା’ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଅ।ରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ସ୍ୱତନ୍ତ୍ର ରୀତିନିତୀ ଅନୁସାରେ ଚାଲିଛି ପୂଜାର୍ଚ୍ଚନା। ବର୍ଷ ତମାମ ଏଠାରେ ମା’ ପଞ୍ଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ 16 ଦିନ ଯାକ ଷୋଡଶ ଉପଚାରରେ ପୂଜା ପାଇଥାନ୍ତି ମା’। ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା’ଙ୍କ ପାଖରେ 16 ପ୍ରକାର ଭୋଗ ଲାଗି କର।ଯାଇଥାଏ । ଏହି ସମୟରେ ମା’ ଙ୍କର ଲାଲିକଲି ବେଶ, କଳାକଳିବେଶ, ସିଂହବାହିନୀ ବେଶ, କାପ୍ତିଖପର, ତୀରକମାଣ, ଦୁର୍ଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ମା’।ବିଶେଷକରି ଏହି ସମୟରେ ମା’ଙ୍କର ଗୁପ୍ତପୂଜା କରାଯାଇଥାଏ। ଏହାଛଡା ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହୋଇଥାଏ। ଏଥିପାଇଁ ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ କରୁଣା ଲାଭ କରିବାକୁ ଅ।ସିଥାନ୍ତି ଏହି ପୀଠକୁ । ଏଠାରେ ମା’ଙ୍କୁ ଦର୍ଶନ କଲେ ମା’ଙ୍କର ଅପାର କରୁଣା ଭକ୍ତ ପାଇଥାନ୍ତି ବୋଲି ସେବାୟତ କହିଥିବା ବେଳେ କୋରନା କଟକଣା ଭିତରେ ମା’ଙ୍କର ଅ।ଶିଷ ଲାଭ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

Comments (0)
Add Comment