ପୋଖରୀରେ ବୁଡି ଯୁବକ ମୃତ

ବୌଦ୍ଧ : ପୋଖରୀରେ ବୁଡି ୨୨ ବର୍ଷୀୟ ଯୁବକ ମୃତ। ମୃତକ ଜଣକ ହେଲେ ବୌଦ୍ଧ ଥାନା ସମ୍ପୋଚ ପଞ୍ଚାୟତ ସୁବଳୟା ଗ୍ରାମର ସୁଜିତ୍ ପାତ୍ର। ଆଜି ପ୍ରାୟ ଅପରାହ୍ନ ସମୟରେ ଗାଁ ପୋଖରୀରେ ଶୌଚ କରୁଥିବା ବେଳେ ବୁଡି ଯାଇଥିବାର ସୂଚନା ମିଳିଛି l ପୋଖରୀ ହୁଡାରେ ଚପଲ ଗାମୁଛାକୁ ନଜର କରି ପାଣିରେ ବୁଡ଼ିଥିବା ଆଶଙ୍କାରେ ଦୀର୍ଘ ସମୟ ଧରି ଗ୍ରାମ ଲୋକେ ଖୋଜା ଖୋଜି କରି କୌଣସି ପତା ପାଇନଥିଲେ l ପରେ ପୋଲିସର ସହାୟରେ ବୌଦ୍ଧ ଅଗ୍ନିଶମ ବାହିନୀ ଓଡ୍ରାଫ ଟିମ ଓ ପୋଲିସ ପ୍ରଶାସନ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ପୋଖରୀ ଭିତରେ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଥିଲା। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରଖିଥିବା ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ସୂଚନା ମିଳିଛି

Comments (0)
Add Comment