ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ଏକାଡେମୀ ପକ୍ଷରୁ ତିନି କ୍ରୀଡାବିତ୍ ମନୋନୀତ

ପୁରୀ : ଚଳିତ ମାସ ୦୭ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ ତାଏକୋଣ୍ଡୋ ଫେଡରେସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା, ଜାତୀୟ ସବ୍ ଜୁନିୟର ଓ ଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତା ରେ ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ପ୍ରାୟ ୫୦ ରୁ ଉର୍ଦ୍ଧ କ୍ରୀଡାବିତ୍ ଉଭୟ ବାଳକ ଓ ବାଳିକା ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ଆଜି ୦୫.୦୯.୨୦୨୪ରେ ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଟ୍ରେନରେ ଯାତ୍ରା କରିଥିଲେ।

ଏଥିରେ ବୁଦ୍ଧିଷ୍ଟ୍ ତାଏକୋଣ୍ଡୋ ଏକାଡେମୀ ପକ୍ଷରୁ କୋଚ୍ ସଂଯୁକ୍ତା ବାରାଲଙ୍କ ସହ ସବ୍ ଜୁନିୟର ବର୍ଗରେ ସାଇ କୃପା ମହାପାତ୍ର ଓ ସୁଶ୍ରୀ ସମର୍ପିତା ପୃଷ୍ଟି କିରୋଗି ଇଭେଣ୍ଟରେ ଭାଗ ନେଇଥିବା ବେଳେ ଜୁନିଅର ବର୍ଗରେ ଶୁଭମ୍ ମହାପାତ୍ର କିରୋଗି ଇଭେଣ୍ଟରେ ଭାଗ ନେବାପାଇଁ ମନୋନିତ ହୋଇଛନ୍ତି।

ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍ର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ସମ୍ପାଦକ ମନମୋହନ ଭଞ୍ଜ କ୍ରୀଡାବିତ୍ ମାନଙ୍କୁ ସମ୍ଭର୍ଦ୍ଧନା ଓ ଉତ୍ସାହିତ କରିବା ସହ , ପ୍ରତିଯୋଗିତାରେ ପଦକ ଜିତି ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବା ପାଇଁ ଆଶୀର୍ବାଦ ମଧ୍ୟ କରିଥିଲେ।

Comments (0)
Add Comment