ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ

ଭୁବନେଶ୍ୱର: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନ ଥିବା ସେ କହିଛନ୍ତି।

ଶିମିଳିପାଳରେ ୨ ପ୍ରକାର ନର୍ମାଲ ଟାଇଗର ଏବଂ ବ୍ଲାକ ଟାଇଗର ବାଘ ଅଛନ୍ତି। ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି। ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି। ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ବୋଲି ପିସିସିଏଫ ଝା ପ୍ରକାଶ କରିଛନ୍ତି।

Comments (0)
Add Comment