ଭୁବନେଶ୍ୱର: ରାଜ୍ୟରେ ଥିବା ବାଘ ଓ ହାତୀଙ୍କ ସଂଖ୍ୟା ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ ଏସ କେ ପୋପଲି। ସେ କହିଛନ୍ତି, ନଭେମ୍ବର ୧ ତାରିଖରୁ ବାଘ ଗଣନା ଆରମ୍ଭ ହେବ। ଏଥିଲାଗି ସବୁଠି ଲାଗିବ କ୍ୟାମେରା। ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ କରାଯାଉଛି ବାଘ ଗଣନା। ରାଜ୍ୟରେ ବାଘ ସଂଖ୍ୟା ନେଇ ଜାନୁଆରୀ ୩୧ ସୁଦ୍ଧା ତଥ୍ୟ ଆସିବ। ରାଜ୍ୟ ସରକାର ଦାବି କରୁଛନ୍ତି କେନ୍ଦ୍ର ତଥ୍ୟ ତୁଳନାରେ ଅଧିକ ରହିଛି ବାଘ। କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛି କିନ୍ତୁ ୨୫ରୁ ଅଧିକ ବାଘ ଥିବା କହିଛି ବିଭାଗ। ଏହାକୁ ପ୍ରମାଣ କରିବାକୁ ନିଜସ୍ଵ ଉଦ୍ୟମରେ ହେବ ବାଘ ଗଣନା।
ଖାଲି ବାଘ ନୁହେଁ ହାତୀ ଗଣନା ବି କରିବେ ରାଜ୍ୟ ସରକାର। ଖରା ଦିନେ ହେବ ହାତୀ ଗଣନା। ଏପ୍ରିଲରୁ ଆରମ୍ଭ ହେବ ଗଣନା ବୋଲି ପିସିସିଏଫ ୱାଇଲ୍ଡ ଲାଇଫ କହିଛନ୍ତି।