ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକାର କରିବାରେ ମାତିଛି ବାଘ । ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ ଗତକାଲି ରାତିରେ ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ମାରି ଖାଇଛି ବାଘ । ଏହି କିଛିଦିନ ମଧ୍ୟରେ ନୂଆପଡ଼ା ଓ କୋମନା ବ୍ଲକ୍‌ ଅଞ୍ଚଳର ୧୬ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇସାରିଲାଣି ବାଘ । ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍‌ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍‌ ହୋଇଥିଲା । ଗତ ଶନିବାର ରାତିରେ କୋମନା ବ୍ଲକ୍‌ ବେଲରଦନା ଓ ସିରିଲି ଗାଁର ୨ ବାଛୁରୀକୁ ମାରି ଖାଇଥିଲା ବାଘ । ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବାଛୁରିର ମୃତଦେହ ପଡ଼ିଥିଲା । ସେହିପରି ଆଗରୁ କୋମନା ରେଞ୍ଜ ସିରିଲି ଗାଁରେ ଗୋପୀନାଥ ମାଝୀଙ୍କ ବାଛୁରିକୁ ବାଘ ମାରି ଖାଇଦେଇଥିଲା । ଏନେଇ ବନ କର୍ମଚାରୀ କେହି ଏକୁଟିଆ ଘରୁ ନବାହାରିବା ସହ ଜରୁରୀ କାମ ପଡ଼ିଲେ ୩ରୁ ୪ ଜଣ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି ।

Comments (0)
Add Comment