ଚାଇଲ୍ଡ ଲାଇନ ଦ୍ୱାରା ୨୬ ଶିଶୁଙ୍କ ସମେତ ୭୩ ଶ୍ରମିକ ଉଦ୍ଧାର

ଟିଟଲାଗଡ,୨୦/୧- ବଲାଙ୍ଗୀର ଚାଇଲ୍ଡ ଲାଇନର ଉଦ୍ୟମକ୍ରମେ ତେଲେଙ୍ଗାନାର ଜାଗତିଆଲ ଇଟାଭାଟିରୁ ଆଜି ଟିଟିଲାଗଡ ଥାନାକୁ ୨୬ ଜଣ ଶିଶୁଙ୍କ ସମେତ ୭୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର କିଛି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଇଟାଭାଟି ମାଲିକ ନିଜେ ଗାଡ଼ି ଭଡା କରି ଟିଟିଲାଗଡ ଥାନାକୁ ଆଣି ଚାଇଲ୍ଡ ଲାଇନ ଅଧିକାରୀ ଶିବାନନ୍ଦ ବେହେରାଙ୍କ ଉପସ୍ଥିତିରେ ଥାନାରେ ଜିମା ଦେଇଛନ୍ତି । ଇଟାଭାଟିର ମାଲିକ ମହମ୍ମଦ ସାକିର ମଧ୍ୟ ନିଜେ ଆସିଛନ୍ତି । ଏହି ଶ୍ରମିକମାନେ ନିଜେ କାମକରିଥିବା କାମର ପାଉଣା ପାଇନଥିବାରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment