ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଟିଟିଲାଗଡ,୪/୮- ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । । ଷ୍ଟାଫ୍‌ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି । ଓଡ଼ିଶା ସରକାରରେ ମୋ ସରକାର –୫ଟି ସ୍ୱତନ୍ତ୍ର ବିଭାଗ ହେଲାପରେ ରାଜ୍ୟରେ ଅଧିକ ଦୁର୍ନୀତି ବଢ଼ିଛି । ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସମ୍ପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସକ ଦଳର ନେତାଙ୍କୁ ସୁରକ୍ଷା ଦେଉଛି । ବିରଞ୍ଚି ସାହୁଙ୍କ ପଛରେ ଆଉ କେଉଁ କେଉଁ ଧଳା ହାତୀମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯାଉ ବୋଲି ଯୁବମୋର୍ଚ୍ଚା ତରଫରୁ ଦାବି କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ଶ୍ରୀ ନରସିଂହ ସିଂହ, ଦୁବଳେ ପୋଡ, ଗୁଲାବ ସୋନୀ , ମହେନ୍ଦ୍ର ଠାକୁର, ଲିଙ୍ଗରାଜ ନାୟକ, ସଂଜୟ ତ୍ରିପାଠୀ, ଟିଟୁ ରଣା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।

Comments (0)
Add Comment