ଭିଜିଲାନ୍ସ ଜାଲରେ ମୁରିବାହାଲ ବନବିଭାଗ ରେଞ୍ଜର

ଟିଟଲାଗଡ,୪/୧୨ – ସାରାରାଜ୍ୟରେ ବିନବିଭାଗ ଅଧିକାରୀଙ୍କ ଦୁର୍ନୀତି ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଟିଟିଲାଗଡ ହାଟପଦାରେ ରହୁଥିବା ମୁରିବାହାଲର ବନବିଭାଗ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ଗତକାଲି ଏକକାଳୀନ ଟିଟିଲାଗଡ ହାଟପଦା ବାସଗୃହ ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟ ଏବଂ ବାସଭବନ ବେଲପଦର ନିକଟ ଫାର୍ମହାଉସରେ ଭିଜିଲାନ୍ସ ଅଧିକାରୀ ଚଢଉ କରିଥିଲେ । ଭିଜିଲାନ୍ସ ବିଭାଗର ୨୫ଜଣ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ଏହି ଚଢଉରେ ପ୍ରାୟ ୫ଶହ ଗ୍ରାମରୁ ଅଧିକ ସୁନାଗହଣା, ନଗଦ ୨ଲକ୍ଷ ୬୯ହଜାର ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ମହିନ୍ଦ୍ରା ଟିୟୁଭି, ପଲସର ବାଇକ, ଏଲଆଇସିରେ ୧୨ଲକ୍ଷର ଜମା, ୪ଟି ପ୍ଲଟ, ଟିଟଲାଗଡ ଘର ୭୦ ରୁ ୮୦ ଲକ୍ଷ, ଫାର୍ମହାଉସ ୨୫ ରୁ ୩୦ ଲକ୍ଷ ଥିବା ସେମାନେ ଜାଣିବାକୁ ପାଇଛନ୍ତି । ଏହାସହ ତାଙ୍କର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ଏବଂ ଅନ୍ୟକାଗଜପତ୍ର ଯାଞ୍ଚ ଚାଲିଛି ।

Comments (0)
Add Comment