ଟିଟିଲାଗଡରେ ବନ୍ଦର ଆଂଶିକ ପ୍ରଭାବ

ଟିଟଲାଗଡ,୮/୧୨: କେନ୍ଦ୍ର ସରକାରଙ୍କ କୃଷିନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଦିଆଯାଇଥିବା ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଟିଟଲାଗଡରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ କଂଗ୍ରେସଦଳର କର୍ମକର୍ତ୍ତା ପ୍ରଭାସ ବହିଦାର, ବିରେନ୍ଦ୍ର ବାଗ, ତୁଳସୀରାମ ସାହୁ, ସୁମନ୍ତ ବେହେରା, ଦେବାନନ୍ଦ ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଥିବାରୁ ତାହା ବନ୍ଦ ଥିଲା । କର୍ମୀମାନେ ଦୋକାନବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଗୁଡିକୁ ବନ୍ଦ କରିଥିଲେ । ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସହରର ହାଟପଦା ପଡାରେ ବନ୍ଦର ପ୍ରଭାବ ପଡିନଥିଲା ।

Comments (0)
Add Comment