ଟିଟିଲାଗଡ,୨୪/୭- ଟିଟିଲାଗଡ଼ ହାଟପଦାପଡ଼ା ୱାର୍ଡ ନମ୍ବର ୧୪ ରେ ବିଭୂତି ଦଳାଇଙ୍କ ଘରେ ତିନି ଚାରି ବର୍ଷ ହେବ ଭଡ଼ାରେ ରହୁଥିଲେ ଭୁବନେଶ୍ୱରର ଲିଜା ଡାକୁଆ ଆଜି ସକାଳୁ ଲିଜାଙ୍କ ଘର କବାଟ ଖୋଲାଥିବା ଦେଖି ଘରମାଲିକ ବିଭୂତି ନିଜ ସ୍ତ୍ରୀଙ୍କୁ ଡାକି ଦେଖିବା ପାଇଁ କହିଥିଲେ । ଘରମାଲିକାଣୀ ଲିଜା ଲିଜା ଡ଼ାକିବାରୁ ସେ କିଛି ଉତ୍ତର ନ ଦେବାରୁ ସେ ପାଖ ପଡୋଶୀଙ୍କୁ ଡାକିବା ସହ ତାଙ୍କ ପରିବାର ଲୋକଙ୍କୁ, ତାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଜଣାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଲିଜାଙ୍କ ମୃତ୍ୟୁ କିପରି ହେଲା ? କଣ ପାଇଁ ହେଲା? ପୋଲିସ ତଦନ୍ତରୁ ତଥା ଶବ ବ୍ୟବଛେଦ ରିପୋର୍ଟ୍ ଆସିବା ପରେ ଜଣାପଡ଼ିବ ।