ଟିଟଲାଗଡରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଟିଟଲାଗଡ,୨୫/୯- ଟିଟଲାଗଡ ପୌରପରିଷଦର ସଫେଇ କର୍ମଚାରୀମାନଙ୍କ ଧର୍ମଘଟ ଯୋଗୁଁ ଏହାର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି । ଆଜକୁ ପ୍ରାୟ ୧୫ଦିନ ହେବ କର୍ମଚାରୀଙ୍କର ପରିମଳର ଘରୋଇକରଣ ଠିକା ବ୍ୟବସ୍ଥାକୁ ବିରୋଧକରି ଅସହଯୋଗ ଏବଂ ଧର୍ମଘଟ ଯୋଗୁଁ ସହରର ମୁଖ୍ୟରାସ୍ତା ତଥା ଗଳିକନ୍ଦିରେ କୁଢକୁଢ ମଇଳା ପଡିରହିଛି । ନାଳନର୍ଦ୍ଦମାରେ ମଇଳା ଜମାହୋଇ ରହିଥିବାରୁ ଦୁର୍ଗନ୍ଧରେ ନାକ ଫାଟିପଡୁଛି ।

ଉପଜିଲ୍ଲାପାଳ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ତିନିଦଫା ଆଲୋଚନା ପରେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିପାରିନଥିବା ଜଣାପଡିଛି । କରୋନା ମହାମାରୀ ସମୟରେ ଏପରି ଅପରିଷ୍କାର ପରିବେଶ ରୋଗକୁ ଆହୁରି ସକ୍ରିୟ କରିବ ବୋଲି ଆଲୋଚନା ହେଉଛି । ଏହାର ଶୀଘ୍ର ସମାଧାନ ନହେଲେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବ ଓ ସ୍ଥିତି ଅଣାୟତ୍ତ ହୋଇପଡିବ ।

Comments (0)
Add Comment