ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବ୍ଲକର ହରଭଙ୍ଗା ପଂଚାୟତରେ କରୋନା ବୃଦ୍ଧି ପାଇବା ଯୋଗୁଁ ହରଭଙ୍ଗା ପଂଚାୟତକୁ ଜିଲ୍ଲାର ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଟି.ଏମ.ସି. ଖୋଲିବାକୁ ଦାବି ହେଉଛି । ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯାଉଛି । ତୁରନ୍ତ ଟି.ଏମ.ସି. ଗୁଡିକ କାର୍ଯ୍ୟକ୍ଷମ କରାଯାଇ ଆକ୍ରାନ୍ତଙ୍କୁ ସେଠାରେ ରହିବା ସୁବିଧା କରାଗଲେ ଗ୍ରାମାଞ୍ଚଳ ସଂକ୍ରମଣ କମିଯାଆନ୍ତା ବୋଲି ଅନୁମାନ କରାଯାଉଛି । ଏପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗରିବଶ୍ରେଣିର ଲୋକମାନେ କାମଧନ୍ଦା ନପାଇ ଘରେ ରହି ବହୁକଷ୍ଟ ପାଉଥିବା ଦେଖିବାକୁ ମିଳୁଛି । ଗତବର୍ଷ ସମସ୍ତ ପଞ୍ଚାୟତରେ ଟି.ଏମ.ସି. କେନ୍ଦ୍ର ଖୋଲାଯାଇଥିଲା ହେଲେ ଗତ ବର୍ଷ କରୋନା ସେତେ ଭୟଙ୍କର ନ ଥିଲା କିନ୍ତୁ ଏବର୍ଷ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଅଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପ୍ରତି ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାସହ ଉକ୍ତ ପଞ୍ଚାୟତରେ ଟି.ଏମ.ସି. କେନ୍ଦ୍ର ଖୋଲିବାକୁ ୯ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ଦାବି କରିଛନ୍ତି । ସୁଚନାଥାଉକି ହରଭଙ୍ଗାବ୍ଲକରେ ମୋଟ୍ ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ୩୨୨ ରେ ପହଂଚି ସେଥିମଧ୍ୟରୁ ହରଭଙ୍ଗା ପଂଚାୟତ ରେଡ୍ ଜୋନ୍ ତାଲିକା ରେ ନାମ ରହିଛି ।