ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଜାତୀୟ କୃମି ଦିବସ ପାଈଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୧୦ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ I କିଭଳି ଭାବେ କୃମିକୁ ସମ୍ପୂର୍ଣ୍ଣ ବିନାଶ କରାଯିବ ଏହି କାର୍ଯ୍ୟକ୍ରମ ମୂଳଲକ୍ଷ୍ୟ। ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ରଶ୍ମିରଂଜନ ସାମନ୍ତ ସିଂହାର ଓ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଡାଏନା ଦାସ ଉପସ୍ଥିତ ରହି ୫୬ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ଜଗନ୍ନାଥପ୍ରସାଦ, ଭାରତନୋଡାଲ, ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶିମିଳିସାହି, ଯାକେଡ଼ା, ସଂପଡା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସିଆରସିସି ଯୋଗଦେଇଥିଲେ। ୧ ବର୍ଷରୁ ୧୮ ବର୍ଷ ଛାତ୍ର ଛାତ୍ରୀ ,୨୨ ରୁ ୨୪ ସମସ୍ତ ଗର୍ଭବତୀ ମହିଳାଙ୍କୁ କୃମି ଔଷଧ ବଣ୍ଟନ କରାଯିବ। ଡାକ୍ତର ସାମନ୍ତଶିହରଣ କିଭଳି ବଟିକା ଦିଆଯିବ ତାହାର ପ୍ରଣାଳୀ ଏବଂ କୃମି ବଟିକା ଖାଇବଦ୍ୱାରା କିଭଳି କୃମି ନାଶ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ୭ ତାରିଖରେ ମହୀପୁର ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୫୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ହେଵ। ୮ତାରିଖରେ ବାହାଡଝୋଲା ସରକାରୀ ଏମିସ୍କୁଲ ମଧ୍ୟରେ ୫୪ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଅନୁଷ୍ଠିତ ହେଵ।

Comments (0)
Add Comment