ମୁକ୍ତା ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ପୌରପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା “ମୁକ୍ତା’ ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିତକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ସକାଶେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ନିବେଦନ କରାଯାଇଛି । ଗଜପତି ଜିଲ୍ଲାର ପୌରପରିଷଦର ଜନସାଧାରଣ ସହର ଭିତ୍ତିଭୂମିର ବିକାଶ ନିମନ୍ତେ ୫୯ ଟି ପ୍ରକଳ୍ପ ପାଇଁ ୪ କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ଦିଆଯାଇଛି । ଗଜପତି ଜିଲାରେ ରାଜ୍ୟ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସଚୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ସହର ସ୍ୱୟଂସହାୟକ ଗୋଷ୍ଠୀ ସମସ୍ତ ପ୍ରକଳ୍ପ ମଞ୍ଜୁର କରିବାକୁ ୫ଟି ସଚିବକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଲା ମୀନ ପାର୍କ, ଓପେନଜିମ, ଚିଲଡ୍ରେନ ପ୍ଲେ ଷ୍ଟେସନ, ୱାକିଙ୍ଗ ଟ୍ରକ, ଲୁ, ଭେଣ୍ଡିଂଜୋନ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ନିର୍ବାହ ଅଧିକାରୀ ଜ୍ଞାନରଞ୍ଜନ ମାଝୀ ଉପସ୍ଥିତ ଥିଲେ ।

Mukta YojanaTransformation program of Paralakhemundi Municipality through Mukta Yojanaମୁକ୍ତା ଯୋଜନା
Comments (0)
Add Comment