ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ, ଛିଣ୍ଡିଲା 11କେଭି ବିଦ୍ୟୁତ ତାର

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି l ଫଳରେ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକରେ ଗତ କାଲି ଚାରିଛକ -ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଝାରଖମଣ ଛକ ଠାରେ ଏକ ବିରାଟ ତେନ୍ତୁଳି ଗଛ ପଡ଼ି ରାସ୍ତା ଅବୋରୋଧ ହୋଇଥିଲା l ଅନ୍ୟ ପଟେ ଗଛ ପଡିବା ଫଳରେ ଛତ୍ରଙ୍ଗ – କୁସଙ୍ଗ ଇଲେଭେନ କେଭି ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି ଫଳରେ ଉଭୟ ପାର୍ଶ୍ଵରେ ଦିର୍ଘ୍ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା l ଏ ବାବଦରେ ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସଙ୍କୁ ଜଣାଇବା ପରେ ବିଭାଗର ତତ୍ପରତା କ୍ରମେ ଚାରିଛକ ଦମକଳ ବାହିନୀ ଆସି ଗଛକୁ ରାସ୍ତାରୁ ଆଜି ହଟେଇ ଥିଲେ I ଫଳରେ ଆଜି ଗାଡ଼ି ମଟର ଚଳାଚଳ ସ୍ୱଭାବିକ ହୋଇଛି। ଅନ୍ୟ ପଟେ ବିଦ୍ୟୁତ ବିଭାଗ ଛିଣ୍ଡିଥିବା ବିଦ୍ୟୁତ ତାରକୁ ସଜାଡ଼ିଛି ଓ ବହୁ ଶୀଘ୍ର ବିଦ୍ୟୁତ ସଂଯୋଗ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି l

Comments (0)
Add Comment