ମିଳିତ ନାଗରିକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ: ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳର ଅବସର ପ୍ରାପ୍ତ ଭିଏସ ଡଃ ପୂର୍ଣ୍ଣଚନ୍ଦ୍ର ବେହେରା ଗତ ୯ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦଗତି ପାଇଁ ବନାନୀ କଳା ସଙ୍ଗମଠାରେ ଡ଼ଃ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆବାହକ ଅଶୋକ ପରିଡା ସ୍ୱର୍ଗତ ବେହେରାଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇ ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ ପ୍ରସ୍ତାବ ଦେଇଥିଲେ ।

ଉପସ୍ଥିତ ସଦସ୍ୟମାନେ ଡ. ବେହେରାଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ । ସେ ଜଣେ ଶାନ୍ତ,ସରଳ ଭଦ୍ର ନମ୍ର ଓ ଅମାୟିକ ବ୍ୟକ୍ତି ଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ନବୀନ କିଶୋର ପଣ୍ଡାଙ୍କ ସହ ରାଜ କିଶୋର ବେହେରା, ରାଜ କିଶୋର ପାଢୀ,ପ୍ରଶନ୍ନ ପଣ୍ଡା,ଜ୍ଞାନ ଦୋରା, ବନ ବିହାରୀ ନନ୍ଦ, ଦୁର୍ବାସା ସେଠୀ, ସଚ୍ଚ଼ି ପଟନାୟକ, ବଦ୍ୟନାଥ ଖଟୁଆ, ଶଙ୍କର ମହାନ୍ତି, ପ୍ରମୋଦ ପଟ୍ଟନାୟକ, ନବ କିଶୋର ରଥ ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ ।

ମିଳିତ ନାଗରିକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
Comments (0)
Add Comment