ଘାଟିରେ ଓଲଟି ଜଳିଗଲା ଟ୍ରକ

କଳାବାଡିଆ: ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଦ୍ୱାରଶୁଣୀ ଘାଟିରେ ଏକ ପ୍ଲାଷ୍ଟିକ ଦାନା ବୋଝେଇ ଟ୍ରକ୍‌ ଘାଟି ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍‌ ଫେଲ ହେବାରୁ ଟ୍ରକଟି ଓଲଟି ପଡିବା ସହ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଓ ଖଲାସୀ କୌଣସିମତେ ଜୀବନ ବଞ୍ଚାଇ ଗାଡିରୁ ବାହାରି ଆସିଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଶ୍ୱାସରୁଦ୍ଧ ହୋଇ ପଡିବା ସହ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଟ୍ରକ୍‌ରେ ପ୍ଲାଷ୍ଟିକ ଦାନା ଥିବାରୁ ନିଆଁ ଲିଭାଇବାରେ ସମସ୍ୟା ହେଉଛି । ଏହି ଦୁର୍ଘଟଣା ପାଇଁ ଘାଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Comments (0)
Add Comment