କୋଭିଡ ନିୟମ ଭାଙ୍ଗି ଟିଉସନ କରୁଥିଲେ, ୧୦ହଜାର ଫାଇନ ଦେଲେ ଶିକ୍ଷକ

ଫୁଲବାଣୀ: ସାରାଦେଶ ଏବେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ ଚିନ୍ତାରେ ଥିବା ବେଳେ କେତେକ ଅମାନିଆ ଲୋକ ଏହାକୁ ବେଖାତିର କରିଚାଲିଛନ୍ତି । ପ୍ରଶାସନ ଦିନ ରାତି ଏକ କରି ଲଢ଼ିଚାଲିଛନ୍ତି ଏପଟେ କିଛି ଶିକ୍ଷକ ମଧ୍ୟ କୋଭିଡ୧୯ ନିୟମକୁ ଅବମାନନା କରିବା ସହ ମତିଭ୍ରମ କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଅମଲାପଡାଠାରେ ଏକ ଶିକ୍ଷକ ଘର ଭିତରେ କିଛି ଛାତ୍ର ଛାତ୍ରୀଙ୍କୁ ଟିୟୁସନ କରୁଥିବାର ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ତହସିଲଦାର ଦୀନମଣି ନାୟକ ଓ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଗିରଫ କରି ଆଦର୍ଶ ଥାନା ଫୁଲବାଣୀକୁ ନିଆଯାଇଥିବା ବେଳେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସେଠି ଥାନାରେ ଅଟକ ରଖିଥିଲେ ।୧୦ହଜାର ଫାଇନ ଆଦାୟ ସହ ଭୁଲ ପାଇଁ ଶିକ୍ଷକ ଜଣକ ଲିଖିତ ଭାବେ ପୂନର୍ବାର ଆଉ ଟିଉସନ୍ ନକରିବାକୁ ନିବେଦନ ପରେ ଶିକ୍ଷକଙ୍କୁ ତାଗିଦ୍ କରି ଛଡା ଯାଇଥିବା ସୁଚନା ଏସଡିପିଓ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ ସୁଚନା ପ୍ରଦାନ କରିଛନ୍ତି ।

Comments (0)
Add Comment