ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସର୍ବେଶ୍ୱର ବରା ଓ ଆନନ୍ଦ କୁମୁରୁକା। ସର୍ବେଶ୍ୱରଙ୍କ ଘର କଟପାଡୁ ଗାଁରେ ହୋଇଥିବା ବେଳେ ଆନନ୍ଦଙ୍କ ଘର ମୃତେଲି ଗାଁର ‍ବୋଲି ଜଣାପଡ଼ିଛି। ସର୍ବେଶ୍ୱର ଓ ଆନନ୍ଦ ଦୁଇ ବନ୍ଧୁ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସର୍ବେଶ୍ୱର ଓ ଆନନ୍ଦ ଏକ ବାଇକ୍‌ ଯୋଗେ ନିଜ ଘର କଟପାଡୁରୁ ବାହାରି ମୁକୁନ୍ଦପୁରରେ ଥିବା ବନ୍ଧୁ ଘରକୁ ଯାଉଥିଲେ। ଏହି ସମୟରେ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

accidenttodays news updatesTwo bike riders were died in a road accident
Comments (0)
Add Comment