ଖେଳୁ ଖେଳୁ ଚାଲିଗଲା ଜୀବନ, କେନାଲରେ ବୁଡ଼ି ୨ ଶିଶୁ ମୃତ

ପାରାଦୀପ : ଖେଳୁ ଖେଳୁ ଚାଲିଗଲା ଜୀବନ । କେନାଲରେ ଖସି ପଡି ୨ ଶିଶୁ ମୃତ । ପାରାଦୀପର ତାଳଦଣ୍ଡାରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡ଼ା ବସ୍ତି ନିକଟ କେନାଲ ପାଖରେ ଖେଳୁଥିବା ବେଳେ ବୁଡ଼ିଯାଇଥିଲେ ୨ ଶିଶୁ । ସେମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଓ ଆଉ ଜଣେ ଶିଶୁପୁତ୍ର ଥିବା ଜଣାପଡିଛି । ମୃତକଦ୍ୱୟ ହେଲେ ପାରାଦୀପ ଲକପଡା ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀ ଙ୍କ ପୁଅ ଜିତେନ୍ଦ୍ର । ଉଭୟଙ୍କ ବୟସ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ତେବେ ଉଭୟ ଶିଶୁ ଆଜି ସକାଳେ ବସ୍ତି ନିକଟ କେନାଲ ବନ୍ଧରେ ଖେଳୁଥିଲେ। ମାତ୍ର ଅସାବଧାନତା ହେତୁ ପାଣି ଭିତରକୁ ଖସି ପଡିଥିଲେ। ପିଲାମାନେ ପାଣିରେ ଉବୁଟୁବୁ ହେଉଥିବା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Comments (0)
Add Comment