ସମ୍ବଲପୁର : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଚାକିରି ନିୟମିତ କରିବା, ମାସିକ ୨୧ ହଜାରରୁ ଉର୍ଦ୍ଧ୍ୱ ଦରମା, ଦଶ ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ିଙ୍କୁ ଅନ୍ୟ ରାଜ୍ୟ ପରି ଓଡିଶାରେ ଅଧିକ ପ୍ରୋତ୍ସାହନ ରାଶି, ରିକ୍ସ୍ ଆଲାଉନ୍ସ, ବୀମା ବ୍ୟବସ୍ଥାକୁ ଠିକ୍ ଠାକ୍ କାର୍ଯ୍ୟକାରୀ କରିବା, ଶିକ୍ଷାନୀତିରେ ଆବଶ୍ୟକୀୟ ସଂଶୋଧନ, ଆଇସିଡିଜସକୁ ଘରୋଇ କରଣପ୍ରସ୍ତାବ ରୁ ଓହରିବା ସହିତ ଦୈନନ୍ଦିନ ବ୍ୟବହୃତ, ସାମଗ୍ରୀର ମୂଲ୍ୟ ବୃଦ୍ଧି ଅନୁସାରେ ଅଧିକା ଟଙ୍କା ବ୍ୟବସ୍ଥା ଆଙ୍ଗନୱାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଚାଉଳର ଓଜନ ପରିମାଣ କମ୍ ରହୁଥିବାରୁ ସଠିକ୍ ପରିମାଣର ଚାଉଳ ଯୋଗାଇବା, ବକେୟା ଥିବା କେନ୍ଦ୍ର ଭଡ଼ା ସହିତ ସମସ୍ତ ବକେୟା ପାଉଣା ଦେବା, ଶତପ୍ରତି ଶତ ପଦୋନ୍ନତି ସହିତ ସମସ୍ତ ବ୍ଲକ୍-ପ୍ରକଳ୍ପ କର୍ମୀଙ୍କୁ ଅଗ୍ରାଧିକାର ଦେବା, ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଗୁଣାତ୍ମକ ପୋଷାକ ଯୋଗାଇ ଦେବା, ଗ୍ରାମ କଲ୍ୟାଣ ସମିତିରୁ ବାଦ୍ ଦେବା , ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ ପ୍ରଭୃତି ଦାବୀକୁ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ତତପଶ୍ଚାତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଉପଜିଲ୍ଲାପାଳ, ପୌରାଞ୍ଚଳ ସିଡିପିଓଙ୍କୁ ଦାବିପତ୍ର ଦିଆଯାଇଥିଲା । ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢୀ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଜିଲ୍ଲା ସଭାନେତ୍ରୀ ଦୁଶିଲା ଧୂରୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନକ ପ୍ରଧାନ, ଫଣୀ ରାଉଳ, ପ୍ରମିଳା ସିଂ, ଉର୍ମିଳା ବାଗ୍, ଇନକ୍ଷୀ ପତୀ, ରଞ୍ଜିତା କେରକେଟା, ମମତା ପ୍ରଧାନ, ଯୋଷବନ୍ତୀ ବେହେରା, ଅନୁସୁୟା ଶତପଥି, ସୁଲୋଚନା ଦୀକ୍ଷିତ, ରତ୍ନମଣି ସାହୁ, ଉର୍ମିଳା ସାହୁ, ପଙ୍କଜିନି ମିଶ୍ର, ମିନତୀ ଦାସ, ସସ୍ମିତା ବେହେରା, ସସ୍ମିତା ଓରାମ, ସରୋଜ ବିଶ୍ୱାଳ , ସଂଘମିତ୍ରା ପଟ୍ଟନାୟକ ସମେତ ବହୁ ସଂଖ୍ୟାରେ ଉପସ୍ଥିତ ରହି ଥିଲେ । ସମ୍ପୂର୍ଣ୍ଣ ଆନ୍ଦୋଳନରେ କୋଭିଡ କଟକଣା ନିୟମ ପାଳନ ପ୍ରତି ଦୃଷ୍ଟି ରଖାଯାଇଥିଲା । ସରକାର କର୍ମୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ଆବାହକ ପ୍ରଶାନ୍ତ ପାଢୀ ସୂଚନା ଦେଇଛନ୍ତି ।